ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା : ୩୪୦ ପିଲାଙ୍କ ପାଇଁ ମାତ୍ର ୩ ଶିକ୍ଷକ ; ଅଧାବାଟରେ ଆସି ବୁଝାଇଲେ ଶିକ୍ଷା ଅଧିକାରୀ

485

କନକ ବ୍ୟୁରୋ : ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା । ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ୪ କିଲୋମିଟର ବାଟ ଚାଲିଛନ୍ତି ଛାତ୍ରଛାତ୍ରୀ । ବାରିପଦା ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ଏଜୁକେସନ କମ୍ପୋଜାଏଟ୍ ପ୍ରୋଜେକ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ପାଦରେ ଚାଲି ଚାଲି ବାହାରିଥିଲେ । ଅଧା ବାଟରେ ଅତିରିକ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଫେରିଥିଲେ ପିଲା । ବିଦ୍ୟାଳୟରେ ୩୩୯ ପିଲାଙ୍କୁ ପାଠ ପଢ଼ାଇବାକୁ ଅଛନ୍ତି ୩ଜଣ ଶିକ୍ଷକ । ପାଠପଢ଼ାରେ ଅସୁବିଧା ହେଉଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଛାତ୍ରଛାତ୍ରୀ ଗୁହାରି ପାଇଁ ଯାଉଥିଲେ ।