ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ : ଏସସିବି ସର୍ଜରୀ ବିଭାଗରେ ଥିଲେ ଚିକିତ୍ସିତ

382

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ । କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣ ହେଉଛନ୍ତି ବିହାରର ପ୍ରକାଶ ରାମ । ଏହାକୁ ମିଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୦ ଛୁଇଁଛି ।

ମୃତକ ପ୍ରକାଶ ଗୁରୁତର ଅବସ୍ଥାରେ ଦୁର୍ଘଟଣାର ପରଦିନ ଏସସିବି ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଏସସିବିର ସର୍ଜରୀ ବିଭାଗର ଭର୍ତି କରାଯାଇଥିଲା । ଗତ କିଛି ଦିନ ହେବ ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।