ଅର୍ଚ୍ଚନା ନାଗ ମାମଲା : ଇଡି ଆଗରେ ଖଗେଶ୍ୱର ଖୋଲିଲା ଗୁମର; ସାମ୍ନାକୁ ଆସିବ ବଡ ଚେହେରା !

207

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଜୋରଦାର ଖେଳତାଡ଼ କରୁଥିବା ବେଳେ କିଛି ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ଉଭୟ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଏକାଠି ବସାଇ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଛନ୍ତି ଇଡି ଅଧିକାରୀ । ଜେରା ବେଳେ ଅନେକ ବଡ଼ ବଡ଼ିଆଙ୍କ ଗୁମର ଖୋଲିଛି ଖଗେଶ୍ୱର । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ୩ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ଖଗେଶ୍ୱର କହିଥିବା ଚର୍ଚ୍ଚା ହେଉଛି । ଏହି ୩ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ରହିଥିବା ମଧ୍ୟ କୁହାଯାଉଛି ।

ଖଗେଶ୍ୱର ଖୋଲିଲା ବଡ଼ ଗୁମର

• ଇଡି ହାତରେ ଲାଗିଲା ବଡ଼ ରହସ୍ୟ
• ଅର୍ଚ୍ଚନାଙ୍କ କଳା କାରନାମାରେ ବଡ଼ ବଡ଼ୁଆଙ୍କ ସମ୍ପୃକ୍ତି କଥା ଚର୍ଚ୍ଚା ହୋଇଆସୁଥିଲା
• ଏବେ ଏହାର ଇଡି ପ୍ରମାଣ ପାଇଥିବା କୁହାଯାଉଛି
• ଅର୍ଚ୍ଚନା ନାଗ ଓ ସହଯୋଗୀ ଖଗେଶ୍ୱରକୁ ଏକାଠି ଜେରା କରିଛି ଇଡି
• ଖଗା ଇଡି ଅଧିକାରୀଙ୍କୁ କହିଛି ବହୁ ଗୁମର
• ଅର୍ଚ୍ଚନା କଳା କାରନାମାରେ ୩ ବିଧାୟକଙ୍କ ସମ୍ପୃକ୍ତି ଥିବା ଖଗେଶ୍ୱର କହିଥିବା ଚର୍ଚ୍ଚା ହେଉଛି
• ୩ ବିଧାୟକଙ୍କ ମଧ୍ୟେରେ ଜଣେ ପୂର୍ବତନ ମନ୍ତ୍ରୀ ଥିବା କୁହାଯାଉଛି
• ଟ୍ରାଞ୍ଜାକସନ ତଥ୍ୟ ଏକାଠି କରୁଛନ୍ତି ଇଡି ଅଧିକାରୀ
• ଚର୍ଚ୍ଚା ହେଉଛି ଯେ, ୩ ବିଧାୟକଙ୍କୁ ୨ରୁ ୩ ଦିନ ଭିତରେ ନୋଟିସ୍ ପଠାଇପାରେ ଇଡି ।

ବ୍ଲାକମେଲର ଚଳାଇଥିଲେ ନକଲି କମ୍ପାନୀ

• ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ରହିଥିଲା ୫ଟି ଜାଲ କମ୍ପାନୀ
• ମାଇନ୍ସ, ଟ୍ରାନ୍ସପୋର୍ଟ ଓ ରିୟଲ ଇଷ୍ଟେଟ୍ ଭଳି କ୍ଷେତ୍ରରେ ଏହିଭଳି ଜାଲ୍ କମ୍ପାନୀ ଖୋଲିଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ
• ଏହି ସବୁ କମ୍ପାନୀରେ ୩ ବିଧାୟକଙ୍କ ଟଙ୍କା ଲଗାଇଥିବା କୁହାଯାଉଛି
• ଖୁବଶୀଘ୍ର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ମିଶି ବିଧିବଦ୍ଧ ଭାବେ ରିଅଲ ଇଷ୍ଟେଟ୍ ବ୍ୟବସାୟ ଆରମ୍ଭ କରିଥାନ୍ତେ
• ଏପରିକି ବାଲିଅନ୍ତା ରଙ୍ଗବଜାର ଅଂଚଳରେ ଏଥିପାଇଁ ଜମି ମାଲିକଙ୍କ ସହ କଥା ହୋଇଥିଲେ
• କିଛି ଜମି ମଧ୍ୟ କିଣିସାରିଥିବା ଇଡି ଜାଣିବାକୁ ପାଇଛି
• ଏହି ଜାଗାରେ ଆପର୍ଟମେଣ୍ଟ ତିଆରି କରି ବିକ୍ରି କରିବାକୁ ଯୋଜନା କରିଥିଲେ