ଦେଶ ବାହାରେ ବି ସାବିତ୍ରୀ ବ୍ରତ ପାଳନରେ ରେକର୍ଡ, ବାହାରିନରେ ଓଡିଆ ମହିଳାମାନେ ପାଳିଲେ ସାବିତ୍ରୀ ବ୍ରତ

129

କନକ ବ୍ୟୁରୋ : ବାହାରିନ୍ ରେ ଓଡ଼ିଆ ମହିଳା ମାନେ ବହୁ ହସ ଉଲ୍ଲାସ ର ସହ ସାବିତ୍ରୀ ଅମାବାସ୍ୟା ପାଳନ କରିଛନ୍ତି । ସକାଳୁ ଓଡ଼ିଆ ମହିଳା ମାନେ , ବାହାରିନ୍ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ଅଧକ୍ଷ ଡ. ଅରୁଣ କୁମାର ପ୍ରହରାଜ ଙ୍କ ବାସଭବନରେ ଏକାଠିହୋଇ ଲାକମି ନାରାୟଣ ମୂର୍ତିଙ୍କୁ ପୂଜା କରି ଓଡ଼ିଆ ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସମସ୍ତ ମହିଳା ମାନେ ସାବିତ୍ରୀ ବ୍ରତର ବହି ପାଠନ କରିସାରିବା ପରେ ଲାଷ୍ମୀ ନାରାୟଣଙ୍କ ପୂଜା କରି ନିଜ ନିଜ ସ୍ୱାମୀ ମାନଙ୍କର ଆଶୀର୍ବାଦ ନେଇଥିଲେ । ଶଙ୍ଖ ହୁଳ ହୁଳିରେ କମ୍ପି ଉଠିଥିଲା ସେଠାକାର ପରିବେଶ। ଓଡିଶା ରୁ ହଜାର ହଜାର କିଲୋମିଟର ଦୂର ବିଦେଶ ମାଟିରେ ରହି ଓଡ଼ିଆ ପରମ୍ପରାକୁ ଏତେ ଭଲ ଭାବରେ ପାଳନ କରିବା ବାସ୍ତବରେ ଏକ ମହାନ କାର୍ଯ୍ୟ ଏବଂ ନିଜ ମା ମାଟି ତଥା ସମ୍ପର୍କୀୟ ମାନଙ୍କ ଠାରୁ ଦୂରରେ ରହି ମଧ୍ୟ ମା ମାଟି ଓଡ଼ିଶାର ପରମ୍ପରାକୁ ନିଜର ଆଗାମୀ ପିଢି ମାନଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ଏହା ବହୁ ସହାୟକ ହେବ ।