ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ୨୬/୧୧ ଭଳି ଆକ୍ରମଣ ସମ୍ଭାବନା

255

କନକ ବ୍ୟୁରୋ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । କାରଣ, ଏଠାରେ ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୋଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ମିଳିଛି । ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଛି ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର । ମେସେଜରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଛି ।

ଏପରି ଧମକପୂର୍ଣ୍ଣ ମେସେଜ୍ ମିଳିବା ପରେ ଆଲର୍ଟ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ଏହି ମାମଲାରେ ତନଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ । ଏହାସହ ଦେଶର ଅନ୍ୟ ଗୁଇନ୍ଦା ଏଜେନ୍ସିକୁ ବି ଆଲର୍ଟ କରାଯାଇଥିବା ଜଣାପଡିଛି ।