ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଧାରଣା । ରାଉରକେଲାରେ ଝାଡାବାନ୍ତି ବ୍ୟାପୁଥିବା ବିରୋଧରେ ଉଠାଇଲେ ସ୍ୱର ।

235

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଧାରଣା । ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ସହ ଏଥିରେ ହୋଇଥିବା ମୃତ୍ୟ ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ମିଛ ପ୍ରତିଶ୍ରୁତି ଦେଇ ରାଉରକେଲା ବାସୀଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମୁକ୍ତିକାନ୍ତ । ରାଉରକେଲାବାସୀଙ୍କ ଅଧିକାରୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଗତବର୍ଷ ଆଜିର ଦିନରେ ରାଉରକେଲା ବିକାଶ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ ମୁକ୍ତିକାନ୍ତ ବିଶ୍ୱାଳ ।