ହେଲମେଟ୍ ନଥିଲେ ଦରମା ବନ୍ଦ । ବାଇକ୍ ଚଳାଇବାବେଳେ ପ୍ରାଥମିକ ଶିକ୍ଷକ ହେଲମେଟ୍ ନ ପିନ୍ଧିଲେ ବନ୍ଦ ହେବ ମାସିକ ଦରମା

379

କନକ ବ୍ୟୁରୋ: ହେଲମେଟ୍ ନଥିଲେ ଦରମା ବନ୍ଦ । ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ଲୋକେ ଏହାକୁ ଅଣଦେଖା କଲେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଧନ ଜୀବନ ଉଭୟ ନଷ୍ଟ ହୋଇଥାଏ । ତେବେ ମୋହନା ଗୋଷ୍ଠୀ ଶିକ୍ଷା ଆଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକ ମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ସମ୍ପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ ।