ଆଜି ନିଟ୍ ପ୍ରସଙ୍ଗରେ କମ୍ପିପାରେ ସଂସଦ ।ମେଡିକାଲ ପ୍ରବେଶିକା ପରୀକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ।  ।

65

କନକ ବ୍ୟୁରୋ: ନିଟ୍ ପ୍ରସଙ୍ଗରେ ଆଜି କମ୍ପିପାରେ ସଂସଦ । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍କୁ ନେଇ ସରକାର ଓ ବିରୋଧୀ ମୁହାଁମହିଁ ସ୍ଥିତିରେ ଅଛନ୍ତି । ଆଜି ସଂସଦର ଉଭୟ ଗୃହରେ ନିଟ୍ ପେପର ଲିକ୍ ବିବାଦ ସମେତ ମୁଦ୍ରାସ୍ଫୀତି, ଏବଂ ଅଗ୍ନିପଥ ଯୋଜନା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ହୋଇପାରେ । ଏଥିପାଇଁ ବିରୋଧୀ ଦଳ ପ୍ରସ୍ତୁତ ଥିବା ବେଳେ ସରକାର ମଧ୍ୟ ମୁକାବିଲା ପାଇଁ ରଣନୀତି ତିଆରି କରିଛନ୍ତି ।

ଶୁକ୍ରବାର ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ନିଟ୍ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରିଥିଲେ । ହେଲେ ସରକାର ଏହି ଦାବିକୁ ପ୍ରତ୍ୟାଖାନ କରିଥିଲେ । ଆଜି ଗୋଟିଏ ଦିନ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି ।