ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ : ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ

173

କନକ ବ୍ୟୁରୋ : ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ । ବର୍ତ୍ତମାନ ସମୟରୁ ଭୂତାଣୁକୁ ନିୟନ୍ତ୍ରଣ କରାନଗଲେ ଏହା ଗୋଷ୍ଠୀ ସଂକ୍ରମଣର କାରଣ ହୋଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବର୍ତ୍ତମାନ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ପ୍ରାୟ ୨୦ଟି ଦେଶର ୨୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଲେଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ ସିଲଭି ବ୍ରେଣ୍ଡ କହିଛନ୍ତି ଏବେଠୁ ଭୂତାଣୁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଦରକାର । ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଟ୍ରେସିଂ, ଗୃହ ସଂଗରୋଧ ଭଳି ପଦକ୍ଷେପ ନିଆଯିବା ଦରକାର । ମଙ୍କିପକ୍ସ ଏକ ସାଧାରଣ ଭାଇରାଲ୍‌ ଇନ୍‌ଫେକସନ୍‌ ଭଳି । ଆଫ୍ରିକୀୟ ରାଷ୍ଟ୍ରରେ ଏହା ସାଧାରଣ ରୋଗରେ ପରିଣତ ହୋଇଛି । କିନ୍ତୁ ୟୁରୋପ୍‌ରେ ଏହା ଯେଭଳି ବ୍ୟାପୁଛି ତାହା ଅତ୍ୟନ୍ତ ଚିନ୍ତାଜନକ ।