ତପ୍ତପାଣି କେନାଲରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ : ସୁନାଗହଣା ଲୁଟ୍ ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

663

କନକ ବ୍ୟୁରୋ : କେମିତି ଗଲା ୪ ଦିନ ତଳେ ନିଖୋଜ ଥିବା ଯୁବତୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ପର୍ଯ୍ୟଟନସ୍ଥଳୀ ନିକଟ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ, ଏହାପରେ ପୋଲିସକୁ ଜଣାଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ ୪ ତଳେ ନିଖୋଜ ହୋଇଯାଇଥିଲେ ।

୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ଡିଭୋର୍ସ ହୋଇଯାଇଥିଲା । ସେ ଜଣେ ସମ୍ପର୍କୀୟଙ୍କ ସହ ଘରୁ ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବୋଲି କୁହାଯାଉଥିଲା । ତେବେ ତାଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ କରିବା ସହ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।