ମିଆଁମାର ସେନାର ବର୍ବରତା : ସରକାର ବିରୋଧୀଙ୍କ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍; ଗଲାଣି ୧୦୦ ଜୀବନ

145

କନକ ବ୍ୟୁରୋ : ମିଆଁମାର ସେନାର ବର୍ବରତା । କାଣ୍ଟ ବାଲୁ ଟାଉନସିପରେ ସରକାର ବିରୋଧୀଙ୍କ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ । ଏଥିରେ ପାଖାପାଖି ଶହେ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ପ୍ରଥମେ ବୋମା ମାଡ଼ କରାଯାଇଥିଲା । ଏହା ପରେ ପ୍ରାୟ ୨୦ ମିନିଟ୍ ଧରି ଗୁଳିଗୋଳା ମାଡ କରାଯାଇଥିଲା ।

ଆକ୍ରମଣ ପୂର୍ବରୁ ଟାର୍ଗେଟ୍ ସ୍ଥାନରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଥିଲା । ଏଥିରେ ଅନେକ ଲୋକ ସାମିଲ ହୋଇଥିଲେ । କେହି କିଛି ଭାବିବା ପୂର୍ବରୁ ସେଠାରେ ଏୟାରଷ୍ଟ୍ରାଇକ୍ କରିଥିଲା ସେନା । ସେନା ହେଲିକପ୍ଟର ସେଠାରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଲୋକେ ସୁରକ୍ଷିତ ସ୍ଥାନକୁ ଲୁଚିବା ପାଇଁ ଧାଇଁଥିଲେ । ହେଲେ ଭୀଷଣ ହମଲାରେ ଅନେକ ଲୋକ ଟଳି ପଡ଼ିଥିଲେ । ବିଦ୍ରୋହୀଙ୍କ ଉପରେ ସେନା ସରକାରର ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।