ଗ୍ରେଡ ପେ ବୃଦ୍ଧି ଦାବି, ଅମଲାଙ୍କ ନିଆରା ପ୍ରତିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛାଣିଲେ ପକୋଡି ଓ କାକରା

385

କନକ ବ୍ୟୁରୋ : ଆନ୍ଦୋଳନ ଚଳାଇଥିବା ଅମଲାଙ୍କ ନିଆରା ପ୍ରତିବାଦ । କାକରା, ପକୋଡି ଛାଣି ପ୍ରତିବାଦ ଜଣାଇଲେ ଅମଲା । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଚା’ କରିବା ସହ କାକରା ଓ ପକୋଡି ଛାଡି ପ୍ରତିବାଦ କରିଛନ୍ତି । ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆନ୍ଦୋଳନ ଚଳାଇଥିବା ଅମଲାଙ୍କ ପ୍ରତିବାଦ ୧୬ ଦିନରେ ପହଞ୍ଚିଛି । ଆଜି ସକାଳେ ଅମଲାମାନେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏପରି ପ୍ରତିବାଦ ଜଣାଇଛନ୍ତି ।