ରୋଗୀଙ୍କ ପସନ୍ଦ ଅନୁସାରେ ଦେଇ ହେବନି ମେଡିସିନ୍ : କିଡନୀ ଔଷଧର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

128

କନକ ବ୍ୟୁରୋ : କିଡନୀ ଔଷଧର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଛି ଯେ, ରୋଗୀଙ୍କ ବ୍ୟକ୍ତିଗତ ପସନ୍ଦ ଅନୁସାରେ ବିଭିନ୍ନ ବ୍ରାଣ୍ଡର ଔଷଧ ରାଜ୍ୟସାରା ଘରୋଇ ଦୋକାନରୁ କିଣି ଯୋଗାଇବା ସମ୍ଭବ ନୁହେଁ । ରୋଗୀମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ, ଔଷଧରମାନ ଠିକ୍ ରହିଛି । କିଡନୀ ପ୍ରତ୍ୟାରୋପଣ ହୋଇଥିବା ରୋଗୀମାନଙ୍କୁ ନିମ୍ନମାନର ଔଷଧ ଦିଆଯାଉଥିବା ନେଇ ପ୍ରାୟ ୩୦ ଜଣ ରୋଗୀ ମାସାଧିକ କାଳ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ସ୍ୱାସ୍ଥ୍ୟ ସଚିବଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କଲେଣି । କେହି ଶୁଣୁନଥିବାରୁ ୧୪୪ ଧାରା ଜାରି ହୋଇଥିବା ଏଜି ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦୁଇ ଦିନ ହେଲା ବିକ୍ଷୋଭ କରୁଛନ୍ତି । ରୋଗୀଙ୍କ ଦୀର୍ଷ ଦିନ ହେଲା ବିକ୍ଷୋଭକୁ ଦେଖି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ଏଥିରେ ଆନ୍ଦୋଳନରତ ରୋଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।