୨ ଜଣଙ୍କୁ ନିର୍ମମ ହତ୍ୟା : ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ; ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

188

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାରିଝୋଳ ଗାଁରେ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଦୁଇଜଣ ହେଲେ ଲିପୁନ ସ୍ୱାଇଁ ଓ ମିଥୁନ ଭୂୟାଁ । ଆଜି ସଂଧ୍ୟାରେ ୧୦ରୁ ଅଧିକ ଲୋକ ଆସି ଅତର୍କିତ ଭାବେ ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ସମ୍ପର୍କରେ ଲିପୁନ ଓ ମିଥୁନ ଶଳା ଭିଣୋଇ ବୋଲି ଜଣାପଡିଛି । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ମୃତ ମିଥୁନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।