ମୋବାଇଲରେ କଥା ହେଲା ହେଲା କାଳ : ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

2,570

କନକ ବ୍ୟୁରୋ : ମୋବାଇଲରେ କଥା ହେଲା ହେଲା କାଳ । ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ମୃତକ ମାଲକାନଗିରି କାଲିମେଳାର କାମା ମାଢ଼ି ବୋଲି ଜଣାପଡିଛି । ସେ କାଲିମେଳା କଲେଜରେ ଯୁକ୍ତ ତିନିରେ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ । ସେ ତାଙ୍କ ନାନୀଙ୍କ ଘରେ ରହି ପାଠ ପଢୁଥିଲେ । ଗତକାଲି ରାତିରେ କାମା ମାଢ଼ି ମାଟି କାନ୍ଥରେ ଲାଗିଥିବା ଏକ ବିଦ୍ୟୁତ୍ ବୋର୍ଡ଼ରେ ମୋବାଇଲ ଚାର୍ଜ କରି ନିଜ ଭଣଜାକୁ ଖାଇବାକୁ ଦେଉଥିଲେ ।

ଠିକ୍ ଏହି ସମୟରେ ତାଙ୍କ ଫୋନକୁ କଲ ଆସିଥିଲା । କାମା ଫୋନ୍ ରିସିଭ କରି କଥା ହେଉଥିବା ବେଳେ ହଠାତ୍ ବିଦ୍ୟୁତ ଆଘାତ ଲାଗିଥିଲା । ଏହାପରେ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ କାମା ମାଢ଼ିଙ୍କୁ କାଲିମେଳା ମେଡ଼ିକାଲ ଅଣାଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରର ବାମ ହାତ ପାପୁଲି ପୋଡ଼ି ଯାଇଥିବାବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଶବ ବ୍ୟବଛେଦ କରିିଛି ।