ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ, ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ ।

628

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ଅନ୍ୟର ଜୀବନ ବଞ୍ଚାଇଥିବାରୁ ଖୁସିଥିବା ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଲେ ପୋଷ୍ଟ ।

ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା, ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର । ଏହି ସମୟରେ ଭାରତୀୟ କ୍ରିକେଟର ସାମି ଏହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଘଟଣା ସ୍ଥଳରେ ଅଟକିଥିଲେ । ନିଜ ସହଯୋଗୀ ମାନଙ୍କ ସହ ଦୁର୍ଘଟଣାଗ୍ରସ୍ତ କାରରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି ସାମି । ଗାଡି ଚାଳକ ଜଣକ ଭାଗ୍ୟବାନ, ଭଗବାନଙ୍କୁ ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମ ଆକାଉଁଟରେ ପୋଷ୍ଟ କରିଛନ୍ତି ସାମି । ଭାରତୀୟ କ୍ରିକେଟର ଏଭଳି ମାନବିକତା ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।