ପାରାଦୀପ ବନ୍ଦର ସହର ହେଉ ବିଜୁନଗର : ଦାବି କଲେ ବରିଷ୍ଠ ନେତା ଦାମୋଦର ରାଉତ

268

କନକ ବ୍ୟୁରୋ : ପାରାଦୀପ ବନ୍ଦର ସହର ହେଉ ବିଜୁ ନଗର । ଏମିତି ଦାବି କରିଛନ୍ତି ବରିଷ୍ଠ ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ଦାମ ରାଉତ୍ । କହିଛନ୍ତି, ପାରାଦୀପ ସହରକୁ ବିଜୁ ନଗର ନାମରେ ନାମିତ କରାଯାଉ । ପାରାଦୀପ ବନ୍ଦର ନିର୍ମାଣକୁ ୬୦ ବର୍ଷ ପୂରିଛି । ବନ୍ଦର ନିର୍ମାଣ ସମୟରେ ଆନ୍ଧ୍ରରୁ ଆସିଥିବା ପ୍ରାୟ ୭ହଜାର ନୋଳିଆ ପରିବାର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ, ଆସି ପାରାଦୀପରେ ରହୁଥିବା ବସ୍ତିବାସିନ୍ଦା ବହୁ ସମସ୍ୟା ଭିତରେ ରହୁଛନ୍ତି ।

ଜମି ବନ୍ଦର କର୍ତ୍ତୃପକ୍ଷଙ୍କ ଦଖଲରେ ଥିବାରୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ନିର୍ମାଣ ହୋଇପାରୁନାହିଁ । ଯାହାଫଳରେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । ତେଣୁ ସହରର ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ବିଚାରକୁ ନେଇ ଜାଗା ମିସନ ଓ ବସ୍ତି ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ଏଠାରେ ବସବାସ କରୁଥିବା ୧୪ ହଜାର ୪୦୦ ପରିବାରକୁ ଥଇଥାନ କରାଯାଉ ।