ଭୁବନେଶ୍ୱର ପରେ ପୁରୀରେ ସୋ’ ଦେଖାଇବ ବାୟୁସେନା : ଆଜି ପୁରୀ ବେଳାଭୂମିରେ ରିହର୍ସାଲ୍ କରିବ ବାୟୁସେନାର ବିମାନ

72

କନକ ବ୍ୟୁରୋ : ଭୁବନେଶ୍ୱର ପରେ ପୁରୀରେ ସୋ ଦେଖାଇବ ଭାରତୀୟ ବାୟୁସେନା । ଆଜି ପୁରୀ ବେଳାଭୂମିରେ ବାୟୁସେନାର ବିମାନଗୁଡିକ ରିହର୍ସଲ୍ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଆସନ୍ତାକାଲି ଘୂର୍ଣ୍ଣିଂବଳୟ ସୃଷ୍ଟି ହେଉଥିବାରୁ ଆଜି ଭାରତୀୟ ବାୟୁସେନା ଫୁଲ ସୋ’ ଦେଖାଇପାରେ ବୋଲି କୁହାଯାଉଛି । ଗତକାଲି ଭୁବନେଶ୍ୱରରେ ଦିନ ୧୦ଟାରୁ ୧୧ ଟା ମଧ୍ୟରେ ସୂର୍ଯ୍ୟକିରଣ ଏୟାର ସୋ ଦେଖାଇଥିଲା ଭାରତୀୟ ବାୟୁସେନା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ସୋ’ ଦେଖିବାକୁ ବଳ ଭିଡ ଜମିଥିଲା । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିଥିଲା ।

ଆସନ୍ତା ୧୮ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ଏୟାର ସୋ’ରେ ପ୍ରତିବନ୍ଧକ ସୃଷ୍ଟି କରି‌ପାରେ । ସେହି ଦୃଷ୍ଟିରୁ ସେପ୍ଟେମ୍ବର ୧୭ ତାରିଖରୁ ହିଁ ଦର୍ଶକଙ୍କ ପାଇଁ ଏହି ଏୟାର ସୋ’ ବ୍ୟବସ୍ଥା କରାଯାଇଛି । ଯଦି ପାଣିପାଗ ଅନୁକୂଳ ରୁହେ, ତେବେ ଆସନ୍ତା ୧୮ ତାରିଖରେ ବି ଦର୍ଶକ ଏହି ଏୟାର ସୋ’ ଦେଖିପାରିବେ । କିନ୍ତୁ ପାଗ ପ୍ରତିକୂଳ ରହିଲେ, ୧୮ ତାରିଖ ସୋ’ ବାତିଲ୍‌ କରାଯିବ ବୋଲି ପ୍ରଦୀପ କୁମାର ସାହୁ କହିଛନ୍ତି ।

ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, କେବଳ ତାରିଖକୁ ଛାଡ଼ିଦେଲେ, ଅନ୍ୟ ସବୁ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ରହି ଏହି ଏୟାର ସୋ’ ଦେଖିପାରିବେ। ବ୍ଲୁ ଫ୍ଲାଗ୍‌ ବିଚ୍‌ ପାର୍କିଂ ସ୍ଥଳରେ ନିଜ ନିଜ ଗାଡ଼ି ପାର୍କିଂ କରିବେ । ଏହି ଦୁଇଦିନ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରବେଶ ଓ ପାର୍କିଂ ଦେୟମୁକ୍ତ କରାଯାଇଛି । ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ର ଯେ କୌଣସି ସ୍ଥାନରେ ଛିଡ଼ା ହୋଇ ଏହି ଏୟାର ସୋ’ ‌ଦେଖିପାରିବେ। ଏଣୁ ସୋ’ ପୂର୍ବରୁ ଦର୍ଶକମାନେ ଆସିବାକୁ ଶ୍ରୀ ସାହୁ କହିଛନ୍ତି ।