ଖୋର୍ଦ୍ଧାର ଷ୍ଟଣ୍ଟ ବୟ ସୌଭାଗ୍ୟ ବରାଡ: ପାଣିର ମୁଣ୍ଡ ବୁଡେଇ ରହିପାରନ୍ତି ସୌଭାଗ୍ୟ, କାଚ ବୋତଲ ଉପରେ ବାଲାନ୍ସ କରି ଦେଖାନ୍ତି ଷ୍ଟଣ୍ଟ

90

କନକ ବ୍ୟୁରୋ: ପେଶାରେ ଜଣେ ଇଂଜିନିୟର କିନ୍ତୁ ନିଶା ତାଙ୍କର ଦୁଃସାହସିକ କ୍ରୀଡା ଦେଖାଇବା। ଦୁଃସାହସିକ ଖେଳ ଷ୍ଟଣ୍ଟ, ଯାହା ଅତି ସହଜରେ କରି ଦେଖାଇ ପାରନ୍ତି ସୌଭାଗ୍ୟ। ଯଦିଓ ଏହା ତାଙ୍କ ପାଇଁ ଏକ ସଉକ ତଥାପି ତାକୁ ଚ୍ୟାଲେଞ୍ଜ ଭାବରେ ନେଇ ସଫଳତା ପାଇଛନ୍ତି ଯୁବ ପ୍ରତିଭା ସୌଭାଗ୍ୟ ବରାଡ଼। କୌଣସି ରେକର୍ଡରେ ସ୍ଥାନ ପାଇନାହାନ୍ତି ସତ, ହେଲେ ସ୍ଥାନ ପାଇବା ପାଇଁ ଯାହା ମାନଦଣ୍ଡ ତାକୁ କରିପାରିବାର ଦକ୍ଷତା ରଖିଛନ୍ତି । ହେଲେ ରାଜ୍ୟ ଓ ରାଜ୍ୟ ବାହାରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୌଭାଗ୍ୟଙ୍କ ପାଖରେ ସୁଯୋଗର ଅଭାବ ଅଛି ।

ଷ୍ଟଂଟ ପ୍ରଦର୍ଶନ କରୁଥିବା ଯୁବକ ଜଣଙ୍କ ଜଣେ ଇଂଜିନିୟର । ଏଥିପାଇଁ ସେ କୌଣସି ଅନୁଷ୍ଠାନ କି ପ୍ରଶିକ୍ଷକଙ୍କ ପାଖରୁ ପ୍ରଶିକ୍ଷଣ ନେଇ ନାହାନ୍ତି । ବରଂ ନିଜର ସଉକ୍ ପାଇଁ ପାଇକ ଘରର ପୁଅ ନିଜ ଉଦ୍ୟମରେ ଏସବୁକୁ ଦଖଲ କରିଛନ୍ତି । ଖୋର୍ଦ୍ଧା ବୋଲଗଡ ବ୍ଲକ ମାଗୁରା ଗାଁର ସୌଭାଗ୍ୟ ରଂଜନ ବରାଡ଼। ଜଣେ ପାଇକ ଘର ର ପୁଅ। ଅଜା ତାଙ୍କର ଥିଲେ ପାଇକ କଳାରେ ନୈପୁଣ୍ୟ। ଅଜା ଠାରୁ ପ୍ରେରଣା ପାଇ ତାଙ୍କ ଭଳି ଦଣ୍ଡ, କସରତକୁ ପିଲାଦନରୁ ଖବ୍ ପାଖରୁ ଦେଖୁଥିଲେ ସୌଭାଗ୍ୟ। ପରେ ୟୁଟ୍ୟୁବରୁ ଷ୍ଟଣ୍ଟ ଦେଖି ବାରମ୍ବାର ଅଭ୍ୟାସ କରିଛନ୍ତି ।

ଗୋଡ଼ ଉପରକୁ ଚାଲିବା ସହ ପାଣି ଭିତରେ ମୁଣ୍ଡ ରଖି ପ୍ରାୟ ଏକ ମିନିଟ ଗୋଡ଼ ଉପରକୁ କରି ରହିପାରନ୍ତି ଷ କାଚ ବୋତଲ ଭରସାରେ ନିଜ ଶରୀରକୁ ସମାନ୍ତରଳ ଭାବେ ଉଠାଇ ରଖିବା , ଚେୟାର, ଟାୟାର ଉପରେ ଷ୍ଟଣ୍ଟ କରିବାରେ ପାରଙ୍ଗମ ସୌଭାଗ୍ୟ। ସେଥିପାଇଁ ତାଙ୍କୁ ସ୍ଥାନୀୟ ଅଂଚଳରେ ଷ୍ଟଣ୍ଟ ବୟେ ଭାବରେ ପରିଚୟ ମିଳିଛି। ହେଲେ ବଣ ମଲ୍ଲି ବଣ ଫୁଟି ବଣରେ ମଉଳି ଯିବା ଭଳି ସୌଭାଗ୍ୟଙ୍କ କଳା ମଧ୍ୟ ଝଡି ପଡିବାର ଭୟ ରହିଛି ।