ଅପରେସନ ପାଇଁ ଡାକ୍ତର ମାଗିଲେ ୪୦ ହଜାର ଲାଞ୍ଚ : ଜିଲ୍ଲାପାଳଙ୍କ ଫେରାଦ ହେଲେ ପରିବାର ଲୋକେ

235

କନକ ବ୍ୟୁରୋ : ବଢୁଛି ଦୁର୍ନୀତି । ଧରାପଡୁଛନ୍ତି ଜଣକ ପରେ ଜଣେ ଦୁର୍ନୀତିଖୋର ଅଧିକାରୀ । ସେହିଭଳି ଗୋଟିଏ ଦିନ ଧରାପଡିଛନ୍ତି ଡାକ୍ତର ଓ ବିଡ଼ିିଓ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରସନ ପାଇର୍ ୪୦ହଜାର ଟଙ୍କା ଲାଞ୍ଚ ମାଗି ହଟହଟା ହୋଇଛନ୍ତି ଡାକ୍ତର । ଜଣେ ଗରିବ ଆଦିବାସୀ ପରିବାରଠାରୁ ଅପରେସନ କରାଇବାକୁ ଡାକ୍ତର ମାଗିଥିଲେ ଟଙ୍କା ।

ନିଜ ପିଲାର ଆଙ୍ଗୁଳି ଅସ୍ତ୍ରୋପଚାର ପାଇଁ ପରିବାର ମେଡିକାଲ ଆସିଥିଲେ । ହେଲେ ଅପରେସନ ବାବଦକୁ ୪୦ ହଜାର ଟଙ୍କା ଦାବି କରିଥିଲେ ଡାକ୍ତର ଅନୀଲ କୁମାର ପଣ୍ଡା । ଯାହାକୁ ପରିବାର ଲୋକେ ପ୍ରତିବାଦ କରିଥିବା ବେଳେ ହସପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ନେଇ ଡାକ୍ତରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।