ଅନଲାଇନରେ ହଜାର ହଜାର ଲୋକ ଭରିଲେ ବିଜୁଳି ବିଲ୍, ହେଲେ ଏହି ଟଙ୍କା ବିଜୁଳି ବିଭାଗ ଖାତାକୁ ନଯାଇ କାହା ଖାତାକୁ ଟ୍ରାନ୍ସଫର କରିଦେଲା ବ୍ୟାଙ୍କ

466

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କାନପୁରରୁ ଆପଣଙ୍କୁ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ହଜାର ହଜାର ଲୋକ ୧.୫ କୋଟି ଟଙ୍କାର ବିଜୁଳି ବିଲ୍ ଭରିଥିଲେ ବି ଏହା ବିିଜୁଳି ବିଭାଗର ବ୍ୟାଙ୍କ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ଟ୍ରାନ୍ସଫର କରିଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । କାନପୁର ଇଲେକ୍ଟ୍ରିସିଟି ବିଜୁଳି ବିତରଣ କମ୍ପାନୀ ‘କେଇଏସସିଓ’ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ବ୍ୟାଙ୍କ କର୍ମଚାରୀ ଟ୍ରାନ୍ସଫର କରିଦେଇଛନ୍ତି । ଯେତେବେଳେ ହିସାବ କିତାବ ହେଲା ସେତେବେଳେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡିଛି । ଏହି ମାମଲାରେ ବିଜୁଳି ବିତରଣ କମ୍ପାନୀ ଆଇସିଆଇସିଆଇ ବ୍ୟାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି । ବିଜୁଳି ବିତରଣ କମ୍ପାନୀ ଅଭିଯୋଗ କରିଛି କି ଅନଲାଇନରେ ପୈଠ ହୋଇଥିବା ବିଜୁଳି ବିଲର କୋଟି କୋଟି ଟଙ୍କା ବିତରଣ କମ୍ପାନୀର ବ୍ୟାଙ୍କ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ଚାଲିଯାଇଛି ।

ଏଭଳି ଅଭିଯୋଗ ଆସିବା ପରେ ବିଜୁଳି ବିତରଣ କମ୍ପାନୀ ଅନ୍ୟ ଏକ ଅଭିଯୋଗ ମୁତାବକ କହିଛି କି, କେବଳ ଚଳିତ ମାସ ନୁହେଁ ଏହା ପୂର୍ବମାସ ବିଲରେ ବି ସମାନ ଘୋଟାଲା ହୋଇଥାଇ ପାରେ । ଏନେଇ କମ୍ପାନୀ ତରଫରୁ ପୂର୍ବମାସର ବିଲ ଉପରେ ହିସାବ କିତାବ ଆରମ୍ଭ କରିଛି ।

ଏଭଳି ଅଭିଯୋଗ ଆଣିବା ପରେ ସ୍ଥାନୀୟ ଏସପି କହିଛନ୍ତି କି, ବ୍ୟାଙ୍କ ପ୍ରବନ୍ଧକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନିଆଯାଇଛି । ଏହି ମାମଲାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ତା ଉପରେ ଯାଂଚ ଚାଲିଛି ।