ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି : ସାଢେ ୧୧ଟାରେ ଝାରସୁଗୁଡାରେ ୪୧.୪ ଡିଗ୍ରୀ; ଭୁବନେଶ୍ୱର ୪୦.୨ ଡିଗ୍ରୀ ରେକର୍ଡ

164

କନକ ବ୍ୟୁରୋ : ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ସକାଳୁ ସକାଳୁ ଅନୁଭୂତ ହେଲାଣି ଟାଣ ଖରା । ୧୧ଟା୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ପାରଦ ୪୧.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ୩୯.୬ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ସହିତ ବାଲେଶ୍ୱର ୩୮.୬ଡିଗ୍ରୀ, ସମ୍ବଲପୁର ୩୮.୬ଡିଗ୍ରୀ , ହୀରାକୁଦ ୩୭.୪ଡିଗ୍ରୀ , ପୁରୀରେ ୩୪ଡିଗ୍ରୀ ଥିବା ବେଳେ ପରାଦୀପରେ ୩୩ଡିଗ୍ରୀ ଓ ଗୋପାଳପୁରରେ ୩୨.୬ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।

ସେହିଭଳି ଆଜି ରାଜ୍ୟର ୬ଟି ଜିଲ୍ଲା ପାଇଁ ହିଟ ୱେଭ ଆଲର୍ଟ ଜାରି କରାଯାଇଛି । ହିଟୱେଭ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ । ପ୍ରବଳ ଗରମରେ ସାରା ଓଡିଶା ଆଉଟୁପାଉଟୁ ହେଉଥିଲା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଶୁକ୍ରବାର ଠାରୁ ପାଗ ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ୨୧ ତାରିଖରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ନେଇ ଆକଳନ କରାଯାଇଛି ।