ବାହୁବଳୀ ନେତା ମୁକ୍ତାର ଅନସାରୀଙ୍କୁ ୧୦ ବର୍ଷ ଜେଲ । ଭାଇ ଅଫଜଲ ଅନସାରୀଙ୍କୁ ୪ବର୍ଷ ଜେଲ । ଉତ୍ତରପ୍ରଦେଶ ଗାଜିପୁର କୋର୍ଟ ଶୁଣାଇଲେ ରାୟ

236

କନକ ବ୍ୟୁରୋ: ଉତ୍ତର ପ୍ରଦେଶର ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗଷ୍ଟାରକୁ ବାନ୍ଧୁଛି ପୋଲିସ । ଏହି ପରିପ୍ରେକ୍ଷୀରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ତଥା ଉତ୍ତରପ୍ରଦେଶ ବିଧାୟକ ମୁକ୍ତାର ଅନସାରୀକୁ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗାଜିପୁରର ଏମପି- ଏମଏଲଏ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କେବଳ ସେତିକି ନୁହେଁ ଏହି ନେତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ସେପଟେ ମୁକ୍ତାରଙ୍କ ଭାଇ ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲା ଓ ହତ୍ୟାରେ ବାହୁବଳୀ ନେତା ମୁକ୍ତାର ଅନସାରୀ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଥିଲା । ୨୦୧୨ ମସିହାରୁ ଗାଜିପୁର ଏମପି- ଏମଏଲଏ କୋର୍ଟରେ ଏହି ମାମଲା ଚାଲିଛି । ୧୮ ବର୍ଷ ପୂର୍ବେ କୃଷ୍ଣାନନ୍ଦଙ୍କୁ ବେଶ ନିର୍ମମ ଭାବେ ହତ୍ୟା କରିଥିଲେ ମୁକ୍ତାର ଅନସାରୀ । ଏବେ ଘଟଣାକୁ ନାୟୀ କୋର୍ଟ ମୁକ୍ତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୫ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ।

ବାହୁବଳୀ ନେତାଙ୍କୁ ୧୦ ବର୍ଷ ଜେଲ୍

  • ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
  • ଭାଇ ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ ସଜା
  • ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ
  • ୨୯ ନଭେମ୍ବର, ୨୦୦୫ରେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ
  • କୃଷ୍ଣାନନ୍ଦ ରାୟ ସମେତ ୭ ଜଣଙ୍କୁ ଗୁଳିମାରି କରିଥିଲେ ହତ୍ୟା
  • ଘଟଣାରେ ମୁକ୍ତାର ଓ ଅଫଜଲ ଅନସାରୀ ଦୋଷୀ
  • ଏକ ସାଧାରଣ ସଭାରେ ଯୋଗଦେବାବେଳେ କୃଷ୍ଣାନନ୍ଦଙ୍କୁ ହତ୍ୟା କରିଥିଲେ ମୁକ୍ତାର
  • ଏକେ-୪୭ ବନ୍ଧୁକରେ ୫୦୦ ରାଉଣ୍ଡ ଫାୟାରିଂ କରିଥିଲେ ମୁକ୍ତାର
  • ୧୯୯୭ରେ ବ୍ୟବସାୟୀ ତଥା ଭିଏଚପି ନେତା ନନ୍ଦକିଶୋରଙ୍କୁ ଘରୁ ଅପହରଣ କରି ହତ୍ୟା
  • ନନ୍ଦକିଶୋରଙ୍କୁ ଅପହରଣ କରି ୫ କୋଟି ଟଙ୍କା ମୁଣ୍ଡ ଜାମିନ୍ ରଖିଥିଲେ ମୁକ୍ତାର
  • ଦେଢ କୋଟି ଟଙ୍କା ନେବା ପରେ ବି ନନ୍ଦକିଶୋରଙ୍କୁ ହତ୍ୟା କରିଥିଲେ ଅନସାରୀ
  • ଗ୍ୟାଙ୍ଗଷ୍ଟାରରୁ ବାହୁବଳୀ ନେତା ସାଜିଛନ୍ତି ମୁକ୍ତାର ଅନସାରୀ
  • ୨ ଥର ବହୁଜନ ସମାଜ ପାର୍ଟିରୁ ବିଧାୟକ ରହିଛନ୍ତି
  • ଏବେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ବିଧାୟକ ରହିଛନ୍ତି ମୁକ୍ତାର
  • ହତ୍ୟା, ଅପହରଣ, ଲୁଟ୍ ଭଳି ଅନେକ ଅପରାଧିକ ମାମଲା ରହିଛି ମୁକ୍ତାରଙ୍କ ବିରୋଧରେ