ଆପଣଙ୍କ ପାଖରେ ଥିବା ଆଧାରକାର୍ଡ ନକଲି କି ଅସଲି? ଏହି ଉପାୟରେ ଜାଣିପାରିବେ

164

କନକ ବ୍ୟୁରୋ: ଆଧାରକାର୍ଡ ଆମ ଜୀବନରେ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇସାରିଛି । ଏହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଉଛି । ହସ୍ପିଟାଲଠାରୁ ଆରମ୍ଭ କରି ପିଲାଙ୍କ ପାଠ ପଢିବା ଓ କଲେଜରେ ଆଡମିସନ କରିବା ସବୁ କ୍ଷେତ୍ରରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ତେବେ ଆପଣଙ୍କ ପାଖେ ଥିବା ଆପଣଙ୍କ ଆଧାର କାର୍ଡ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ତେବେ ଏହି ଆପଣଙ୍କ ଏହି ଆଧାର କାର୍ଡ ଅସଲି କି ନକଲି କେମିତି ଜାଣିବେ ।

ଏହା ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ ୟୁଆଇଡିଏଆଇ ୱେବସାଇଟର ସାହାଯ୍ୟ ନେବାକୁ ହେବ । ଏଥିରେ ଆପଣ ଆପଣଙ୍କ ଆଧାରକାର୍ଡକୁ କ୍ରସ ଭେରିଫାଇ କରିପାରିବେ । ଏହାକୁ ଅନଲାଇନ ଓ ଅଫଲାଇନ ଉଭୟରେ ଉପାୟରେ କରିପାରିବେ । ପ୍ରଥମେ ଅନଲାଇନ ବିଷୟରେ ଆଲୋଚନା କରିବା । ଅନଲାଇନ ଭେରିଫାଇ ପାଇଁ ଆପଣଙ୍କୁ myaadhaar.uidai.gov.in/verifyAadhaar କୁ ଯିବାକୁ ହେବ । ଏଥିରେ ୟୁଜର୍ସଙ୍କୁ କେବଳ ଆଧାର ନମ୍ବର ଦେବାକୁ ହେବ । ଏହାପରେ ଆପଣଙ୍କୁ ୱେବସାଇଟରେ ବୟସ, ଲିଙ୍ଗ, ରାଜ୍ୟ ଓ ଆଧାର ନମ୍ବରର ଶେଷ ୩ଟି ସଂଖ୍ୟା ଦେଖାଯିବ ।

ସେହିପରି ଅଫଲାଇନରେ ମଧ୍ୟ ଆଧାର ଭେରିଫାଇ କରିହେବ । ଏଥିପାଇଁ ଆପଣଙ୍କୁ ଆଧାରକାର୍ଡ ଉପରେ ଥିବା କ୍ୟୁଆର କୋର୍ଡକୁ ସ୍କାନ କରିବାକୁ ହେବ । ତେଣୁ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଆଧାର କ୍ୟୁଆର ସ୍କାନର ଆପକୁ ଡାଉନଲୋଡ କରିବାକୁ ହେବ । ଆପଣଙ୍କୁ କହିରଖୁଛୁ କି ଆଧାର ଉପରେ ଥିବା କ୍ୟୁ ଆର କୋର୍ଡକୁ ୟୁଡାଇ ଡିଜିଟାଲି ସାଇନ କରିଛି । ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଟେ । ଏଥିରେ ଆପଣ ସହଜରେ ଆଧାରକାର୍ଡ ଭେରିଫାଇ କରିପାରିବେ ।

ଆଧାରକାର୍ଡକୁ ନେଇ ନିକଟରେ ସରକାର ଏକ ଆଡଭାଇଜରୀ ଜାରି କରିଥିଲେ । ଏଥିରେ ଆଧାରକାର୍ଡର ଫଟୋ କପି ପ୍ରାଇଭେଟ ସଂସ୍ଥା ଗୁଡିକ ସହ ସେୟାର ନକରିବାକୁ କୁହାଯାଇଥିଲା । ହେଲେ ପରେ ସରକାର ଏହି ନିଷ୍ପତ୍ତିରେ ୟୁଟର୍ଣ୍ଣ ମାରିଥିଲେ । ଆଉ ଆଡଭାଇଜରୀ ଫେରାଇ ନେଇଥିଲେ ।