ଗଲୱାନ୍ ଘାଟିର ଅଙ୍ଗେନିଭା କାହାଣୀ : ସେଦିନ ରାତିରେ ଚୀନ ସେନା ସହ ଘଟିଥିଲା କ’ଣ ? ଜଣେ ଓଡିଆ ଯବାନଙ୍କ ମୁହଁରୁ ଜାଣନ୍ତୁ ଗଲୱାନ୍ ଘାଟିର ସତ

297

କନକ ବ୍ୟୁରୋ : ଲଦ୍ଦାଖ ସୀମାରେ ଚୀନ ସୈନ୍ୟଙ୍କ ମୁକାବିଲା କରି ତାଙ୍କ ସମ୍ମୁଖରେ ୨୦ ଜଣ ସାଥୀ ସହିଦ ହୋଇଥିବା, ଗଲୱାନା ଘାଟିର ଜୁନ ୧୫ ତାରିଖ ରାତିର କାହାଣୀ,ତାଙ୍କ ସମ୍ମୁଖରେ ସହିଦ ହୋଇଥିବା ୨୦ ଜଣ ସାଥୀ ଓ ଚୀନ ସୈନ୍ୟଙ୍କୁ ମୁକାବିଲା କରି ୫୦ ଜଣ ସୈନ୍ୟଙ୍କୁ ମାରିଥିବା ଭାରତୀୟ ସୈନ୍ୟ ବାହିନୀର ଜଣେ ଅବସରପ୍ରାପ୍ତ ସୈନିକ ଜୟପ୍ରକାଶ ଶୁଣ୍ଢି, ପାଳଳହଡା ବ୍ଲକ ଇଶ୍ୱରନଗର ପଞ୍ଚାୟତ କେରଜେଙ୍ଗା ଗାଁର । ସେଦିନ ରାତିର ଲୋମହର୍ଷଣ କାହାଣୀ କନକ ନ୍ୟୁଜକୁ ଶୁଣାଇଥିଲେ । ଜୟପ୍ରକାଶ ୨୦୦୭ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ।

ପ୍ରଥମେ ଚାକିରି କରିଥିଲେ ଅରୁଣାଚଳ ପ୍ରଦେଶ, ପରେ ଲକ୍ଷ୍ନୌ , ଜାମ୍ମୁକାଶ୍ମୀର, ପଞ୍ଜାବ, ମଣିପୁର, କୋଲକାତା ଓ ସିକିମ ବୋର୍ଡରରେ କାର୍ଯ୍ୟ କରି ଶେଷ ଚାକିଜରି ଜୀବନରେ ଭାରତ ସୀମାର ଲଦ୍ଦାଖ ଗଲୱାନା ଘାଟିରେ ଡ୍ୟୁଟି କରିଥିଲେ । ସେଦିନ ଏକ ଲୋମହର୍ଷଣକାରୀ ଅନୁଭୂତିରେ ଜୟପ୍ରକାଶ କହନ୍ତି, ୨୦୧୯ ଜୁନ ୧୫ ତାରିଖ ରାତି ୮ଟାରେ ହଠାତ ଚୀନ ସୈନ୍ୟ ଦଳ ଦଳ ହୋଇ ଆମକୁ ଆକ୍ରମଣ କଲେ, ଆମେ କମ ସଂଖ୍ୟକ ହୋଇ ମଧ୍ୟ ଧସ୍ତାଧସ୍ତି କରିଥିଲୁ । ଅନ୍ଧାର ରାତିରେ ଏହି ଚୀନ ସେନ୍ୟଙ୍କ ସହ ମୁକାବିଲା କରି ପଛଘୁଞ୍ଚା ଦେଇନଥିଲୁ, ମୋ ସମ୍ମୁଖରେ ଚୀନ ସୈନ୍ୟ ଆକ୍ରମଣରେ ୨୦ ଜଣ ସହିଦ ହେଇଥିଲେ । ପରେ ଆମେ ସମ୍ମିଳିତ ହୋଇ ଆକ୍ରମଣ କରିଥିଲୁ ।

୫୦ ଜଣ ସୈନ୍ୟଙ୍କୁ ଆମେ ପିଟି ପିଟି ମାରିଥିଲୁ, ଯାହା ଚୀନ ପ୍ରଥମେ ଅସ୍ୱୀକାର କରିଥିଲେ ହେଁ ପରେ ସ୍ୱୀକାର କରିଥିଲେ । ୨୦୨୧ସେପଟେମ୍ବର ୩୦ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ମାତୃଭୂମୀର ସୁରକ୍ଷା ପାଇଁ ଓ ଦେଶ ପାଇଁ ଲଢିଥିଲେ । ମୁଁ ଦେଶ ପାଇଁ ଲଢି ଆଜି ଗର୍ବିତ, ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ସେ କହନ୍ତି, ଏହା ଶୀଘ୍ର ବନ୍ଦ ହେବା ଦରକାର, ଜାତିସଂଘ ନିରାପତ୍ତା ପରିଷଦ ହସ୍ତେକ୍ଷପ କରି ୟୁକ୍ରେନ ଉପରେ ନରସଂହାର ଯୁଦ୍ଧ ବନ୍ଧ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ।