ଦାରିଦ୍ର୍ୟ ବିରୋଧରେ ବଡ଼ ସଫଳତା: ୧୩ ବର୍ଷରେ ଦାରିଦ୍ର୍ୟ ହାର ୨୧.୨ ପ୍ରତିଶତରୁ ଖସିଲା ୮.୫ ପ୍ରତିଶତକୁ

95

କନକ ବ୍ୟୁରୋ: ଦୀର୍ଘ ୧୩ ବର୍ଷରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ଥିଲା କରୋନା ମହାମାରୀ । ୩ ବର୍ଷ ଧରି କରୋନାର ପ୍ରକୋପ ଦେଶକୁ ପଛକୁ ନେଇଯାଇଛି ବୋଲି ବିଶେଷଜ୍ଞ କହୁଥିଲେ । ଯଦି ଏହି ସମୟରେ ସବୁଠୁ ଚିନ୍ତାଜନକ ସ୍ଥିତିରେ ଥିଲେ ସେମାନେ ହେଲେ ଗିରବ ଶ୍ରେଣୀର ଲୋକ । ତେଣୁ ଆଗାମୀ ଦିନରେ ଦାରିଦ୍ର୍ୟ ଆହୁରି ବଢିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନେକଙ୍କୁ ଚମକାଇ ଦେଇଛି । ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ତ୍ୱେ ଭାରତରେ ଦାରିଦ୍ର୍ୟ ୨୦୧୧-୧୨ରେ ୨୧.୨ ପ୍ରତିଶତ ଥିବାବେଳେ ୨୦୨୨ -୨୪ରେ ଏହା ୮.୫ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥନୈତିକ ଥିଙ୍କଟ୍ୟାଙ୍କ ଏନସିଏଇଆରର ସୋନାଲି ଦେଶାଇଙ୍କ ଦ୍ୱାରା ଲିଖିତ ଏକ ଗବେଷଣା ପତ୍ରରେ ଦାରିଦ୍ର୍ୟ ହ୍ରାସ ଆକଳନ ପାଇଁ ନିକଟରେ ଶେଷ ହୋଇଥିବା ଇଣ୍ଡିଆ ହ୍ୟୁମାନ ଡେଭଲପମେଣ୍ଟ ସର୍ଭେ (ଆଇଏଚଡିଏସ୍)ର ପ୍ରଥମ ଓ ଦ୍ବିତୀୟ ଭାଗର ତଥ୍ୟ ବ୍ୟବହାର କରାଯାଇଛି। ଆଇଏଚଡିଏସର ରିପୋର୍ଟ ଅନୁଯାୟୀ, ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଦାରିଦ୍ର୍ୟ ୩୮.୬ ପ୍ରତିଶତରୁ ୨୧.୨ ପ୍ରତିଶତକୁ ହ୍ରାସ ପାଇଛି। ଗବେଷଣାରେ ଜଣାପଡିଛି ଯେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ଏକ ଗତିଶୀଳ ପରିବେଶ ସୃଷ୍ଟି କରେ, ଯେଉଁଥିପାଇଁ ତ୍ୱରାନ୍ୱିତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଆବଶ୍ୟକ । ଅର୍ଥାତ ଦେଶରେ ତଥା ବିଭିମ୍ନ ରାଜ୍ୟରେ ଚାଲିଥିବା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଦାରିଦ୍ର୍ୟ ହ୍ରାସ କରିବାରେ ବଡ ସଫଳତା ହାସଲ କରିଛି ।

ଚଳିତ ବର୍ଷ ଆରମ୍ଭରେ ନୀତି ଆୟୋଗର ସିଇଓ ବିଭିଆର୍ ସୁବ୍ରମଣ୍ୟମ କହିଥିଲେ ଯେ ଦେଶରେ ଦାରିଦ୍ର୍ୟ ୫ ପ୍ରତିଶତକୁ ହ୍ରାସ ପାଇଛି । ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳର ଲୋକମାନେ ସମୃଦ୍ଧ ହେଉଛନ୍ତି। ଅର୍ଥାତ୍ ଦେଶରେ ଦାରିଦ୍ର୍ୟ କେବଳ ୦-୫ ପ୍ରତିଶତ ବର୍ଗରେ ରହିଛି।

୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ମୁଣ୍ଡପିଛା ମାସିକ ପରିବାର ଖର୍ଚ୍ଚ ଦ୍ୱିଗୁଣିତ
ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଫେବ୍ରୁଆରି ୨୪ ରିପୋର୍ଟରେ ପ୍ରକାଶ

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଫେବ୍ରୁଆରି ୨୪ ରେ ୨୦୨୨-୨୩ ବର୍ଷ ପାଇଁ ଘରୋଇ ଉପଭୋକ୍ତା ଖର୍ଚ୍ଚର ତଥ୍ୟ ପ୍ରକାଶ କରି ଦର୍ଶାଇଛି ଯେ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ମୁଣ୍ଡପିଛା ମାସିକ ପରିବାର ଖର୍ଚ୍ଚ ଦ୍ୱିଗୁଣିତ ହୋଇଛି। ତେନ୍ଦୁଲକର କମିଟି ରିପୋର୍ଟରେ ସୁପାରିଶ କରାଯାଇଥିବା ଦାରିଦ୍ର୍ୟ ସୀମାରେଖା ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ଯଥାକ୍ରମେ ୪୪୭ ଟଙ୍କା ଏବଂ ୫୭୯ ଟଙ୍କା ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ୨୦୦୪-୨୦୦୫ରେ ଏହା ରାଜ୍ୟଗୁଡ଼ିକ ମଧ୍ୟରେ ଭିନ୍ନ ଥିଲା। ପରବର୍ତ୍ତୀ ସମୟରେ ଯୋଜନା ଆୟୋଗ ଏହି ଦାରିଦ୍ର୍ୟ ସୀମାକୁ ୨୦୧୧-୧୨ ପାଇଁ ୮୬୦ ଟଙ୍କା ଓ ୧୦ ଟଙ୍କାକୁ ସଂଶୋଧନ କରିଥିଲେ।