ପିଲା ମାରିଦେଲା ପ୍ରିନ୍ସପାଲଙ୍କୁ ଗୁଳି! ପାଠପଢ଼ା ପାଇଁ ଦାଗିଦ୍ କରିବାରୁ ଗୁଳିମାଡ଼ କଲା ଛାତ୍ର, ଟଳିପଡିଲେ ପ୍ରିନ୍ସପାଲ

30

ଛାତ୍ରର ଗୁଳିମାଡ଼ରେ ପ୍ରିନ୍ସପାଲଙ୍କ ମୃତ୍ୟୁ । ପ୍ରିନ୍ସପାଲଙ୍କ ଚାମ୍ବରରେ ପଶି ଗୁଳିମାଡ଼ କରିଛନ୍ତି ଜଣେ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣା, ଜମୁନାନଗମରେ ଥିବା ବିବେକାନନ୍ଦ ସ୍କୁଲରେ । ସ୍ଥାନୀୟ ଏସପିଙ୍କ ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ପାଠ ପଢ଼ୁଥିବା ଜଣେ ଛାତ୍ର ଅତର୍କିତ ଭାବରେ ପ୍ରିନ୍ସିପାଲଙ୍କ ରୁମରେ ପ୍ରବେଶ କରିଥିଲା । ଆଉ ସାଙ୍ଗରେ ନେଇ ଆସିଥିବା ବାପାଙ୍କ ବନ୍ଧୁକ କାଢ଼ି ୩ ରାଉଣ୍ଡ ଗୁଳି କରିଥିଲା । ଏହି ଛାତ୍ର ଜଣକ ପାଠପଢ଼ାରେ ଦୁର୍ବଳ ଥିବାରୁ ତାଙ୍କୁ ପ୍ରିନ୍ସିପାଲ ଡାକି ଥରେ ଦୁଇ ଥର ତାଗିଦ୍ କରିଥିଲେ । ଏହାକୁ ଛାତ୍ର ଜଣକ ଅସନ୍ତୁଷ୍ଟ ଥିଲା ।

GUNS_reutersଅଭିଭାବକ ଏବଂ ପ୍ରିନ୍ସିପାଲ ମିଟିଂ ଚାଲିଥିବା ବେଳେ ଅଚାନକ୍ ଆସି ଗୁଳିକାଣ୍ଡ କରିଥିଲା । ଗୋଟିଏ ଗୁଳି ପ୍ରିନ୍ସିପାଲଙ୍କ ମୁହଁରେ ବାଜିଥିବା ବେଳେ ଗୋଟିଏ ହାତରେ ଏବଂ ଆଉ ଗୋଟିଏ ଗୁଳି ଛାତିରେ ବାଜିଥିଲା । ଗୁଳିକାଣ୍ଡ ପରେ ସ୍କୁଲର ପ୍ରିନ୍ସିପାଲ ଋତୁ ଛାବ୍ରାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ଏହି ଘଟଣାରେ ଛାତ୍ରଙ୍କ ବାପାଙ୍କୁ ମଧ୍ୟ ମାମଲାରେ ପରିସର ଭୁକ୍ତ କରାଯାଇ, ଆର୍ମସ୍ ଆକ୍ଟ ଲାଗିବାର ସମ୍ଭାବନା ରହିଛି ।

ତେବେ ଏହା ପୂର୍ବରରୁ ଦୁଇ ଦୁଇଟି ଏହି ଭଳି ଘଟଣା ପୂର୍ବରୁ ଘଟି ସାରିଛି । ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ଗୁଡଗାଓଁର ଏକ ଘରୋଇ ବିଦ୍ୟାଳୟରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ସେହି ସ୍କୁଲର ଜଣେ ୧୬ ବର୍ଷୀୟ ଯୁବକ ହତ୍ୟା କରିଥିଲା । ଆଉ ହତ୍ୟାକାଣ୍ଡ ପଛରେ ଉର୍ଦ୍ଦେଶ୍ୟ ଥିଲା ସ୍କୁଲର ପରୀକ୍ଷାକୁ ଘୁଂଚାଇବା । ସେହିପରି ଚଳିତ ମାସରେ ଲକ୍ଷେ୍ନøରେ ମଧ୍ୟ ଜଣେ ପ୍ରଥମଶ୍ରେଣୀର ଛାତ୍ରକୁ ସେହି ସ୍କୁଲର ଜଣେ ଛାତ୍ରୀ ଛୁରାମାଡ଼ କରିଥିଲା । ଆଉ ସ୍କୁଲ ଛୁଟି ପାଇଁ ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଥିଲା ।