ଗୁଜୁରାଟରେ ‘ବିପର୍ଯ୍ୟୟ’ର ଭୟଙ୍କର ରୂପ । ମାଣ୍ଡବୀ ସହର ରାସ୍ତାରେ ନଦୀର ଭ୍ରମ ।

431

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଛୁଇଁବା ପରେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଯଦିଓ ଗୁଜୁରାଟ ଉପକୂଳ ଛୁଇଁବା ପରେ ପବନର ଗତି ସାମାନ୍ୟ ହ୍ରାସ ପାଇଛି ତଥାପି କଚ୍ଛ ଓ ସୌରାଷ୍ଟ୍ରରେ ପବନର ବେଗ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଅନେକ ସହର ଜଳମଗ୍ନ ହୋଇଛି । ପବନ ସାଙ୍ଗକୁ ବର୍ଷା ଯୋଗୁଁ ମାଣ୍ଡବୀର ରାସ୍ତାଘାଟରେ ନଦୀର ଭ୍ରମ ସୃଷ୍ଟି ହୋଇଛି ।

ଏହାସହ ବାତ୍ୟା ବିପର୍ଯ୍ୟୟର ସ୍ଥଳଭାଗ ଛୁଇଁବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ଗୁଜୁରାଟ ଓ ରାଜସ୍ଥାନର ଅନେକ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଝଡତୋଫାନରେ ଗୁଜୁରାଟ ଗାନ୍ଧୀନଗରରେ ୨୨ଜଣ ଗୁରୁତର ଆହତ ହୋଇଛନ୍ତି । ଏନଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।