କୋହିନୂରକୁ ନେଇ ବ୍ରିଟେନରେ ବଡ ବିତର୍କ : ଟିଭି ଡିବେଟରେ ୟୁକେ ନାଗରିକ ମାନିଲେ ଭାରତରୁ ଆସିଛି କୋହିନୂର

297

କନକ ବ୍ୟୁରୋ : ବ୍ରିଟେନ୍ ଟିଭି ଚ୍ୟାନେଲରେ କୋହିନୂର ହୀରାକୁ ନେଇ ବିତର୍କ । ବ୍ରିଟେନର ଏକ ନ୍ୟୁଜ୍ ଚାନେଲରେ କୋହିନୂର ହୀରାକୁ ନେଇ ବିତର୍କବେଳେ ପ୍ୟାନେଲରେ ବସିଥିବା ବିଶେଷଜ୍ଞ ଅତିଥି କୋହିନୂର ହୀରା ଭାରତର ବୋଲି ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି ।

କେବଳ ସେତିକି ନୁହେଁ ଏବେ କୋହିନୂର ହୀରାକୁ ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଡିବେଟରେ ଜବରଦସ୍ତ ବିତର୍କ ହେଉଥିବା ଦେଖିବାକୁ ମିଳିଛି । ବ୍ରିଟେନ୍ ମହାରାଣୀ କୁଇନ୍ ଏଲିଦାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ କୋହିନୂର ହୀରା ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଭାରତରେ ଅନେକ ବିତର୍କ ହୋଇଛି । ହେଲେ ଏବେ ବ୍ରିଟେନ୍ ଗଣମାଧ୍ୟମରେ ବି ଏଭଳି ବିତର୍କ ମାମଲାକୁ ଆହୁରି ଉଷ୍ମ କରିଛି ।

ସେପଟେ ଭାରତ ସରକାର ମଧ୍ୟ କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ପାଇଁ ଏର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିଟେନ୍, ଭାରତରେ ରାଜୁତି କଲାବେଳେ କୋହିନୂର ହୀରା ସେମତ ଅନ୍ୟାନ୍ନ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇ ବ୍ରିଟେନ ସଂଗ୍ରାହଳୟରେ ରଖିଛନ୍ତି । ଯାହାକୁ ଭାରତ ଫେରାଇ ଆଣିବା ପାଇଁ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଖୁବଶୀଘ୍ର ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

ନିକଟରେ ବ୍ରିଟେନର ନୂଆ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି କିଙ୍ଗ ଚାର୍ଲସ୍ ତୃତୀୟ । ଆଉ ତାଙ୍କ ପତ୍ନୀ କାମେଲା । କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ପରେ ଏବେ ବ୍ରିଟେନର ନୂଆ ମହାରାଣୀ ଭାବେ କୋହିନୂର ହୀରା ଖଞ୍ଜିତ ମୁକୁଟ ପରିଧାନ କରିଥିବା ଦେଖିବାକୁ ମିଳିଛି । ୧୮୪୯ ମସିହାରୁ କୋହିନୂର ହୀରା ବ୍ରିଟେନ୍ ରାଜ ପରିବାର ଅଧିନକୁ ଆସିଥିଲା ପ୍ରଥମେ ରାଣୀ ଭିକ୍ଟୋରିଆ କୋହିନୂର ହୀରାକୁ ବ୍ରୋଞ୍ଚ ଭାବେ ପରିଧାନ କରିଥିଲେ । ପରେ ଏହା ମୁକୂଟରେ ଶୋଭା ପାଇଲା । ଯାହା ବ୍ରିଟେନର ମହାରାଣୀମାନେ ପରିଧାନ କରି ଆସୁଛନ୍ତି ।