ବନ୍ୟା ପାଣି ମାଡ଼ି ଆସିବା ଆଶଙ୍କାରେ ରାତି ଅନିଦ୍ରା ନଈକୂଳିଆ ଲୋକ : ପାଟକୁରା, ଅସ୍ତରଙ୍ଗ, କୋଣାର୍କରେ ରାତିରେ ସ୍ଥିତି ପରଖିଲା କନକ ନ୍ୟୁଜ୍

76

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା, ମାର୍ଶାଘାଇ ଏବଂ ଗରଦପୁର ବ୍ଲକ ଦେଇ ପ୍ରବାହିତ ହେଉଥିବା ଲୁଣା, ଚିତ୍ରୋତ୍ପଳା, ପାଇକା ଏବଂ କରାଣ୍ଡିଆ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ମହାକାଳପଡା ବ୍ଲକର ଗୋପାଳପୁର ଗ୍ରାମର କିଛି ଲୋକ ଲୁଣା ନଦୀକୂଳରେ ବସବାସ କରୁଥିଲେ । ବନ୍ୟା ଆସିବାରୁ ଘର ଦ୍ୱାରରେ ପାଣି ପଶିିବା ସହିତ ରାସ୍ତା ଘାଟ ବୁଡିିଯାଇଛି । ଗୃହପାଳିତ ପଶୁମାନଙ୍କୁ ନେଇ ବାହାରେ ବସିଛନ୍ତି ଗ୍ରାମବାସୀ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ଗ୍ରାମପଞ୍ଚାୟତର ଅନେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଛି । ଅନେକ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି । କଚା ଘରେ ରହୁଥିବା ଲୋକମାନେ ପରିବାର ସହ ନଗର କାଳିଆକଣ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି । ବତ୍ୟା ଆଶ୍ରୟସ୍ଥଳୀ ଠାରେ ରହୁଥିବା ଲୋକଙ୍କୁ କୌଣସି ମୌଳିକ ସୁବିଧା ମିଳିପାରନଥିବା ଅଭିଯୋଗ ହୋଇଛି ।