ବର୍ଷା ଛାଡିଲା, ଦୁର୍ଦ୍ଦଶା ବଢିଲା : କେଉଁଠି ପଶିଲା ବନ୍ୟା ପାଣି ?

108

କନକ ବ୍ୟୁରୋ : ଖୋର୍ଦ୍ଧାରେ ପଶିଲା ପ୍ରଥମ ବନ୍ୟାଜଳ । ମହନଦୀର ଶାଖା ନଦୀ ରାଜୁଆ ନଦୀରେ ବନ୍ୟା ଆସିଲେ ଖୋର୍ଦ୍ଧାର ତିନୋଟି ପଞ୍ଚାୟତ ପ୍ରଭାବିତ ହୋଇଥାଏ । ଓରବସିଂରୁ ନେଇ ନରଣଗଡ଼ ପଞ୍ଚାୟତର ୫ରୁ ୬ ଗାାଁରେ ବନ୍ୟାଜଳ ଆସିଛି ପ୍ରାୟ ୧୦ଫୁଟ ଉଚ୍ଚରେ ପାଣି ହିରୀମୂଳରୁ ନେଇ ଡିହଖଳା ଆଦି ଗାଁ ଚାରିପଟେ ପ୍ରବାହିତ ହେଉଛି । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ବ୍ଳକ ପ୍ରଶାସନିକ ଅଧିକାରୀ ଲାକଙ୍କ ପାଖରେ ପହଞ୍ଚିବା ସହିତ ସମସ୍ତ ପ୍ରକାର ସୁବିଧା କରି ରନ୍ଧା ଖାଦ୍ୟ ଯୋଗାଇଛନ୍ତି ।

ଜଗତସିଂହପୁର କୁଜଙ୍ଗ ବ୍ଳକ ସାଇଲୋ ପଞ୍ଚାୟତ ହରିପୁର ଓ ଭଣ୍ଡୁଆ ଗାଁରେ ବନ୍ୟାପାଣି ପଶିଛି । ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୧୦ ଫୁୁଟର ପାଣି ପ୍ରବାହିତ ହେବା ସହ ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଗ୍ରାମବାସୀମାନଙ୍କ ଯାତାୟତ ଠପ ହୋଇଯାଇଛି ।

ହୀରାକୁଦ ଜଳଭଣ୍ଡାର ଛଡ଼ାଯାଇଥିବା ବନ୍ୟାଜଳ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଗରଦପୁର ବ୍ଲକରେ ପ୍ରବାହିତ ହେଉଥିବା ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ଏବଂ ପାଇକା ପଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ମାର୍ଶାଘାଇ ବ୍ଲକର ଲୁଣା ଏବଂ କରାଣ୍ଡିଆ ନଦୀରେ ବନ୍ୟା ଆସି ଆୟତିପୁର ପଞ୍ଚାୟତର ଆଇତିପୁର, ଡିହ, ବଳରାମପୁର ଏବଂ ବାଳିସିଂ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଯୋଗ ଲୋକେ ଜଳବନ୍ଦୀ ଅଛନ୍ତି ।

ଖୋର୍ଦ୍ଧା

ଓରବରସିଂ, ନରଣଗଡ଼, ହିରିମୂଳ, ଡିହଖଳା

ପୁରୀ

କଣାସ , ପିପିଲି, ବଡ଼ାସ, ଦୋକନ୍ଦା, ନାନକେରା, ଗଡ଼ବଳଭଦ୍ରପୁର, କୋଠତୋଟା

କଟକ

ବାଙ୍କୀ , ତିଗିରିଆ, ଡମପଡ଼ା, ନରସିଂହପୁର, କଇଁମୁଣ୍ଡି

ଜଗତସିଂହପୁର

କୁଜଙ୍ଗ, ବଡ଼ବାଲିକଣି , କାଠକୋଟ , ହଂସୁରା , କେନ୍ଦ୍ରାପଡ଼ା, ଜଳପୋକ, ପଖଟ, କଣିବାଙ୍କ, ଶିଶୁଆ, ଷଠିଲୋ, ପୁରୁଷୋତ୍ତମପୁର, ଆଇତିପୁର , ବଳରାମପୁର

ଯାଜପୁର

କମାଲପୁର , କସପା , ନୂଆଶାସନ, ଅହିୟାସ, ପଲ୍ଲାସାହି, ପଞ୍ଚପଡ଼ା , ମଲ୍ଳିକାପୁର , ଦାଣ୍ଡିସାହି, ଜୟନ୍ତରା, ଲକ୍ଷ୍ମୀପୁର, କୟାଁ