ଉତ୍ତର-ପୂର୍ବ ଭାରତରେ ବନ୍ୟା ବିତ୍ପାତ । ଆସାମରେ ୫୨ ମୃତ, ୧୬ଲକ୍ଷ ବାସହରା । ମଣିପୁର,ଅରୁଣାଚଳ, ବିହାରରେ ସ୍ଥିତି ସଙ୍ଗୀନ

149

କନକ ବ୍ୟୁରୋ: ଜଳ ବିହୁନେ ସର୍ବନାଶ। ଜଳ ବହୁଳେ ସର୍ବନାଶ । ପ୍ରକୃତି ଯେବେ ରାଗେ ସେତେବେଳେ ସବୁ କିଛି ଅଣାୟତ୍ତ ହୋଇପଡେ । ଦୁନିଆକୁ ଶକ୍ତିଶାଳୀ ଟେକ୍ନୋଲୋଜି ସାହାଯ୍ୟରେ ଚଳାଇବା ପାଇଁ ମଣିଷ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଉଥିଲେ ବି ପ୍ରକୃତିର ରାଗ ଆଗରେ ହାରିବାକୁ ପଡେ । ମୌସୁମୀ ବର୍ଷା ଆରମ୍ଭରୁ ହିଁ ଉତରପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରଳୟଙ୍କାରୀ ବନ୍ୟା ସମସ୍ୟା ନେଇ ଆସିଛି।

  • ଆସାମରେ ଜଳପ୍ରଳୟ, ବନ୍ୟାରେ ବୁଡିଛି ରାଜ୍ୟ
  • ୫୦ମୃତ, ୧୬ରୁ ଅଧିକ ବାସହରା

କେଉଁଠି ଘର ବୁଡିଯାଇଛି, କେଉଁଠି ବଡ ବଡ ଗଛ ବନ୍ୟା ପାଣି ମାଡ଼ରେ ଭାସିଯାଉଛି । ରାସ୍ତାଘାଟ ଘରଦ୍ବାର ସବୁଠି ପଶିଛି ବର୍ଷା ଓ ବନ୍ୟା ପାଣି । ଅଧାରାସ୍ତାରେ କେଉଁଠି ଯାନବାହନ ବୁଡିଯାଇଛି ତ ପୁଣି କେଉଁଠି ବନ୍ୟାସ୍ରୋତରେ ଭାସିଯାଉଛି କାର । ପିଲାଛୁଆଙ୍କୁ ଧରି ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ବନ୍ୟା ପ୍ରଭାବିତ । ମୌସୁମୀ ବର୍ଷା ଆରମ୍ଭରୁ ହିଁ ଉତ୍ତର ପୂର୍ବ ରାଜ୍ୟ ଏଣିକି ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ଆସାମ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସାତ ଦିନରେ ୫୦ଲୋକଙ୍କ ମୃତ୍ୟୁ ହେବା ସହ ୧୬ରୁ ଅଧିକ ଲୋକବାସହରା ହୋଇଛନ୍ତି । ଆଜି ଗ୍ରାଉଣ୍ଡଜିରୋରୁ ସ୍ଥିତି ସମୀକ୍ଷା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

  • ବିହାରରେ ବନ୍ୟା କାଳ
  • ମଣିପୁର, ଅରୁଣାଚଳରେ ସ୍ଥିତି ସଂଗୀନ

ଆସାମ ସହ ବିହାର, ମଣିପୁର, ଅରୁଣାଚଳପ୍ରଦେଶରେ ମଧ୍ୟ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି । ବ୍ରହ୍ମପୁତ୍ର ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଫଳରେ ସହର ଭିତରକୁ ପଶୁଛି ବନ୍ୟାପାଣି ।ସ୍ଥାୟୀ, ଅସ୍ଥାୟୀ ପୋଲ ଭାଙ୍ଗିବା ଫଳରେ ବିହାରର ଯୋଗୁଁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ ହୋଇପଡିଛି ।ସେପଟେ ଅଯୋଧ୍ୟା ସରୟୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ତେବେ ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ ଓ କର୍ଣ୍ଣାଟକରେ ଲଗାଣବର୍ଷାରେ କୁତ୍ରିମ ବନ୍ୟା ସମସ୍ୟା ଦେଖାଦେଲାଣି । ବର୍ଷା ଋତୁ ଆରମ୍ଭ ହେବା ସହ ଉତରଭାରତ ରାଜ୍ୟ ପାଇଁ କାଳ ସାଜେ ଲଗାଣ ବର୍ଷା । ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଏହି ସବୁ ରାଜ୍ୟଗୁଡିକ ବେଶ ପ୍ରଭାବିତ ହୋଇ ଜନଧନହାନି ମଧ୍ୟ ହେଉଛି।