କେବେ ବାହାରିବ ମାଟ୍ରିକ ପରୀକ୍ଷା ଫଳ ? ଆଜି ଘୋଷଣା ହେବ ତାରିଖ

2,105

କନକ ବ୍ୟୁରୋ : ଆଜି ମାଟ୍ରିକ୍ ରେଜଲ୍ଟ ତାରିଖ ଘୋଷଣା ହେବ । ଦିନ ୧୧ଟା ୩୦ରେ ବୋର୍ଡ କର୍ତ୍ତୃପକ୍ଷ ତାରିଖ ଘୋଷଣା କରିବେ । ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି । ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।