ପୁଣି ପଶି ଆସିଲେ ହାତୀ : ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

253

କନକ ବ୍ୟୁରୋ : ହାତିଆସୁଣିରେ ପୁଣି ପଶିଆସିଲେ ହାତୀ । ହାତିଆସୁଣି ମନ୍ଦିର ପାଖରେ ୩ଟି ଜାଗାରେ ପାଚେରୀ ଭାଙ୍ଗି ରହିଛି । ଯେଉଁଥିପାଇଁ ବାରମ୍ବାର ହାତୀ ଜନବସତି ମୁହାଁ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ଖୁବ୍ ଶୀଘ୍ର ପାଚେରୀ ନିର୍ମାଣ କରିବା ପାଇଁ ଦାବି ଉଠିଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ଅଞ୍ଚଳରେ ହାତୀ ଦେଖା ଦେଇଛି । ତେବେ ପୁଣିଥରେ ହାତୀ ଗାଁ ଭିତରକୁ ପ୍ରବେଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେହିପରି ନୟାଗଡ଼ ସହର ଭିତରେ ହାତୀ ପଶିଆସିଥିବା ଦେଖିବାକୁ ମିଳିଛି । ନୟାଗଡ଼ ମୁକ୍ତପୁର ହାଉସିଂ ବୋର୍ଡ କଲୋନୀ ନିକଟରେ ହାତୀ ପ୍ରବେଶ କରିଥିଲା । ହାତୀକୁ ଖୋଜିବା ପାଇଁ ବନ ବିଭାଗକୁ ନୟାନ୍ତ ହେବାକୁ ପଡ଼ିଥିଲା । ତେବେ ହାତୀଟି ରୁକ୍ଷୀ ପାହାଡ଼ ଭିତରକୁ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦନ୍ତାହାତୀଟି ପଲ ଭିତରୁ ଅଲଗା ହୋଇଥିଲା । ଯେଉଁ କାରଣରୁ ହାତୀଟି ସହରମୁହାଁ ହୋଇଥିବା ସୂଚନା ମିଳିଛି । ହାତୀ ପଶିଥିବାରୁ ସ୍ଥାନୀୟ ଲୋକେ ଖୁବ୍ ଭୟଭୀତ ହୋଇପଡ଼ିଥିଲେ ।