ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟ ଗଲେ ଏଲିନା ଦାସ: ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ବିଜେଡି ନେତ୍ରୀ

3,001

କନକ ବ୍ୟୁରୋ: ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟ ଗଲେ ଏଲିନା ଦାସ। ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ବିଜେଡି ନେତ୍ରୀ ଏଲିନା ଦାସ। ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା କହିଲେ ଏଲିନାଙ୍କ ଓକିଲ। ଆଇନଜିବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ବଲେ ବଲେ ଢାବା ସହ ଏଲିନା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ କିଛି ସମ୍ପର୍କ ନାହିଁ। ଏଥିରେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ନାଁ ଯୋଡାଯାଇ ତାଙ୍କର ଚରିତ୍ର ସଂହାର କରାଯାଉଛି । ତାକୁ ବନ୍ଦ କରାଯିବା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ କରାଯାଇଥିବା ଏଲିନାଙ୍କ ଓକିଲ କହିଛନ୍ତି। ଏହାସହ ଆବେଦନରେ ଧର୍ମଶାଳା ଥାନା ଅଧିକାରୀ ପୋଲିସ ଡିଜି ସମେତ ଏକାଧିକଙ୍କୁ ପକ୍ଷ କରି ଘଟଣାର ସଠିକ ଯାଞ୍ଚ କରାଯିବା ନେଇ ପିଟିସନରେ ଉଲ୍ଲେଖ କରାଯାଇଥିବା ସୂଚନା ଦେଇଛନ୍ତି ବ୍ୟୋମକେଶ ତ୍ରିପାଠୀ।