କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରକୁ ନେଇ ଅସନ୍ତୋଷ । ଚଳିତବର୍ଷ ବାଦ୍ ପଡିଲେ ଓଡ଼ିଆ ଲେଖକ

120

କନକ ବ୍ୟୁରୋ: ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ବର୍ଗରେ ବାଦ ପଡିଛନ୍ତି ଓଡିଆ ଭାଷା ଲେଖକ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦୨୩ର ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ପାଇଥିବା ଲେଖକଙ୍କ ନାମ ଘୋଷଣା କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଡେମିର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଏହି ଘୋଷଣା ହୋଇଛି । ଯେଉଁଥିରେ ମଣିପୁର ଓ ସଂସ୍କୃତ ଭାଷାର ଯୁବ ଲେଖକଙ୍କ ନାମ ପରେ ଘୋଷଣା କରାଯିବ ବୋଲି ଉଲ୍ଲେଖ ଥିବାବେଳେ ଓଡ଼ିଆ ଭାଷାରୁ କାହାକୁ ପୁରସ୍କାର ଦିଆଯାଇନିି ।

ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଓ ସମ୍ଭ୍ରାନ୍ତ ଭାଷା । ଭାରତବର୍ଷରେ ଏହି ଭାଷାର ଯଥେଷ୍ଟ ପ୍ରତିଷ୍ଠା ରହିଛି । ଏକାଡେମି କର୍ମଚାରୀ ବା କିଛି ବ୍ୟକ୍ତିଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ଯୋଗୁଁ ଓଡ଼ିଶାର ଯୁବ ଲେଖକ ପୁରସ୍କାରରୁ ବଂଚିତ ହେବା ଗ୍ରହଣଯୋଗ୍ୟ ନୁହେଁ ବୋଲି ସାହିତ୍ୟିକ ଡକ୍ଟର ଗୌରହରୀ ଦାସ କହିଛନ୍ତି ।