ଛତିଶଗଡ ଦାନ୍ତୱାଡା ଆକ୍ରମଣ : ସୁରକ୍ଷାବଳଙ୍କ ଟାର୍ଗେଟରେ ୫ନକ୍ସଲ କମାଣ୍ଡର

155

କନକ ବ୍ୟୁରୋ : ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣରେ ୧୦ ଡିଆରଜି ଯବାନ ସହିଦ ଓ ଜଣେ ଡ୍ରାଇଭରଙ୍କ ମୃତୁ ହୋଇଛି । ଛତିଶଗଡ ଦାନ୍ତୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଙ୍କୁ ନେଇ ଯାଉଥିବା ଗୋଟିଏ ଗାଡି ଉପରେ ଆକ୍ରମଣ ହୋଇଛି । ଆଇଇଡି ଲଗାଇ ଗାଡିକୁ ଉଡାଇ ଦେଇଛନ୍ତି ମାଓବାଦି । ଏଥିରେ ୧୦ଜଣ ଯବାନ ସହିଦ ହୋଇଛନ୍ତି । ଆଉ ସାଥୀ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସୁରକ୍ଷାବଳ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଛତିଶଗଡ, ଆନ୍ଧ୍ରପ୍ରଦେଶ, ଓଡିଶା ବର୍ଡର ଅଞ୍ଚଳରେ ନ୍ୟାସନାଲ ଟେକ୍ନିକାଲ ରିସର୍ଚ ଅରଗାନାଇଜେସନ୍ (ଏନଟିଆରଓ) ସହାୟତାରେ ଏହି ସବୁ ଅଞ୍ଚଳ ଦେଇ ଯାଉଥିବା ସମସ୍ତ ରାସ୍ତାରେ କଡାକଡି ଯାଞ୍ଚ କରାଯାଉଛି । ଟାର୍ଗେଟରେ ଅଛନ୍ତି ୫ଜଣ ନକ୍ସଲ କମାଣ୍ଡର । କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଅନୁସାରେ, ଟପ୍ ୫ଜଣ ନକ୍ସଲ କମାଣ୍ଡରଙ୍କ ଲିଷ୍ଟ୍ ପ୍ରସ୍ତୁତ ହୋଇସାରିଛି । ଏହି ୫ଜଣଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଅପରେଶନ୍ କରାଯିବ ବୋଲି ସୂଚନାରୁ ଜଣାପଡିଛି । ତେବେ ଆସନ୍ତୁ ଜାଣିବା କିଏ ସେହି ୫ ନକ୍ସଲ କମାଣ୍ଡର ଯେଉଁମାନେ ସୁରକ୍ଷାବଳଙ୍କ ଟାର୍ଗେଟରେ ରହିଛନ୍ତି ।

ନାମବଲା କେଶବ ରାଓ – ଶ୍ରୀକାକୁଲମ୍, ଆନ୍ଧ୍ରପ୍ରଦେଶ
ମୁପ୍ପଲା ଲକମାନା ରାଓ – କରିମନଗର, ତେଲେଙ୍ଗାନା
ମୁଲ୍ଲୋଜୁଲା ବେଣୁଗୋପାଳ – କରିମନଗର, ତେଲେଙ୍ଗାନା
ଥିପପରି ତିରୁପତି – କରିମନଗର, ତେଲେଙ୍ଗାନା
କତାକମ ସୁଦର୍ଶନ – ଅଦିଲାବାଦ, ତେଲେଙ୍ଗାନା

ତେବେ ଏହି ୫ଜଣ ନକ୍ସଲ କମାଣ୍ଡର ଟାର୍ଗେଟରେ ଥିବା ବେଳେ ଏମାନଙ୍କୁ ଧରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି ସୁରକ୍ଷାବଳ । ସ୍ୱତନ୍ତ୍ର ଅପରେଶନ୍ ଜରିଆରେ ଏହି ୫ଜଣ ନକ୍ସଲଙ୍କୁ ନିପାତ କରାଯିବ