ଆସନ୍ତା କାଲିଠାରୁ ବଦଳିଯିବ କ୍ରେଡିଟ୍ କାର୍ଡ ସହିତ ଜଡିତ ଏହି ୩ ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କିଭଳି ପଡିବ ପ୍ରଭାବ

652

କନକ ବ୍ୟୁରୋ : ଚଳିତ ବର୍ଷ ଏପ୍ରିଲ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କ୍ରେଡିଟ ଓ ଡେବିଟ୍ କାର୍ଡ ଜାରି କରିବା ନେଇ ନୂଆ ମାନଦଣ୍ଡ ଜାରି କରିô୍ଲେ । ଏହି ମାନଦଣ୍ଡ ମୁତାବକ କ୍ରେଡିଟକାର୍ଡ କ୍ୟାନସଲ, ବିଲିଂ ଆଦି ନିୟମ ଜଡିତ ଥିଲା । ଏହାସହ ଉଭୟ କ୍ରେଡିଟ ଓ ଡେବିଟ କାର୍ଡ ଟୋକନାଇଜେସନ କରିବା ନିୟମ ମଧ୍ୟ ସାମିଲ ଥିଲା । ପ୍ରଥମେ କ୍ରେଡିଟ ଓ ଡେବିଟ୍ କାର୍ଡ ସମ୍ବନ୍ଧରେ ନୂଆ ନିୟମ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଥିଲା ମାତ୍ର ଏବେ ଟୋକନାଇଜେସନର ଅନ୍ତିମ ତାରିଖ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

ଅକ୍ଟୋବର ପହିଲା ଅର୍ଥାତ ଆସନ୍ତାକାଲି ଠାରୁ କ୍ରେଡିଟ୍ କାର୍ଡ ସହିତ ଜଡିତ ଏହି ୩ ଟି ନିୟମ ବଦଳିବାକୁ ଯାଉଛି । ଏହା ଦ୍ୱାରା କାର୍ଡ ଧାରକଙ୍କ ସୁରକ୍ଷା ସହ ଉତ୍ତମ ସେବା ମିଳିବ ବୋଲି କୁହାଯାଉଛି । କ୍ରେଡିଟ କାର୍ଡ ଜାରି କରୁଥିବା ବ୍ୟାଙ୍କକୁ କାର୍ଡ ଆକ୍ଟିଭ କରିବା ପାଇଁ କାର୍ଡ ଧାରକଙ୍କ ଠାରୁ ଓଟିପି ଆଧାରିତ ସହମତି ନେବାକୁ ପଡିବ । ଯଦି କାର୍ଡ ଜାରି କରିବାର ୩୦ ଦିନ ମଧ୍ୟରେ ଗ୍ରାହକଙ୍କ ଦ୍ୱାରା ଏହାକୁ ଆକ୍ଟିଭ କରା ନଯାଏ ତେବେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ପଚାରି ୭ ଦିନ ମଧ୍ୟରେ ବିନା ଶ୍ଳୁକରେ କାର୍ଡକୁ ବନ୍ଦ କରିବାକୁ ପଡିବ ।

ଏହା ବ୍ୟତୀତ କାର୍ଡ ଜାରି କରିଥିବା ବ୍ୟାଙ୍କମାନଙ୍କୁ ଏହା ସୁନିଶ୍ଚିନ୍ତ କରିବାକୁ ପଡିବ କି କାର୍ଡ ଧାରକଙ୍କ ସ୍ପଷ୍ଟ ସହମତି ବିନା କୌଣସି ପରିସ୍ଥିତିରେ କାର୍ଡ ଧାରକଙ୍କୁ ଦିଆଯାଇଥିବା ସୀମାକୁ ଉଲଙ୍ଘନ କରାଯାଇ ପାରିବ ନାହିଁ । ଅର୍ଥାତ କ୍ରେଡିଟ ଲିମିଟ୍ ବୃଦ୍ଧି କରିବା ପୂର୍ବରୁ କାର୍ଡ ଧାରକଙ୍କ ସହମତି ନିହାତି ଆବଶ୍ୟକ ।

କ୍ରେଡିଟ୍ କାର୍ଡ ଧାରକଙ୍କ ଠାରୁ ସୁଧ କିମ୍ବା ଚକ୍ରବର୍ତ୍ତୀ ସୁଧ ଉପରେ ଅଣଦେୟ ଚାର୍ଜ ଆଦାୟ କରାଯାଇ ପାରିବ ନାହିଁ । ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍କୁଲାର ମୁତାବକ ଅନପେଡ ଚାର୍ଜକୁ ଚକ୍ରବର୍ତ୍ତୀ ସୁଧ ଲଗାଇ ମୁଳଧନ ସହ ଯୋଡା ଯାଇପାରିବ ନାହିଁ ।