ପିଲାଙ୍କ ପଢ଼ା ବହି କବାଡ଼ିଆକୁ ବିକିଦେବା ବେଳେ ଧରାପଡ଼ିଲେ ସାର୍ : ସିଆରସିସିଙ୍କୁ କାନ ଧରି ଉଠବସ୍ କରାଇଲେ ଗାଁ ଲୋକ

1,145

କନକ ବୁରୋ : କାନ ଧରି ଉଠବସ୍ ହେଲେ ସିଆରସିସି । ପଢା ବହି ସବୁ କବାଡିଆକୁ ବିକ୍ରି କରୁଥିବା ବେଳେ ଧରାପଡି ଉଠବସ୍ ହେଲେ ବୋଲଗଡ ସିଆରସିସି ମନମାହନ ମିଶ୍ର । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବୋଲଗଡ ଦେଉଳି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବହି ବିତରଣ କେନ୍ଦ୍ର କରାଯାଇଥିଲା । ଏହି କେନ୍ଦ୍ରରୁ ପ୍ରତି ବ୍ଲକର ବଭିନ୍ନ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ମାଗଣାରେ ପଠାଯାଏ । ହେଲେ ଏଠାରେ ଥିବା ପିଲାଙ୍କ ବହିକୁ ନିଜେ ସିଆରସିସି କବାଡି ବାଲାକୁ ବିକୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିବା ସହ କନ ଧରାଇ ଉଠବସ୍ କରାଇଥିଲେ । ଏହି ଖବର ଜାଣିବା ପରେ ବୋଲଗଡ ବ୍ଲକ ଶିକ୍ଷାଧିକାରୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ।