ବଡଘର ବୋହୂଙ୍କ ବଡ ଅଭିଯୋଗ ! ପଦାରେ ପଡିଲା ବଳିୟାର ସିଂହ ପରିବାରର ଗୁମର, ଜାଣନ୍ତୁ ପୂରା ଘଟଣା

62

କନକ ବ୍ୟୁରୋ : ବଡଘର ବଡ ଗୁମର କଥା । ଭୁବନେଶ୍ୱର ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପୁତୁରା ବୋହୂ । ଦୀର୍ଘ ୨ ବର୍ଷ ଧରି ଯୈ÷ାତୁକ ପାଇଁ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ୧୦ ଲକ୍ଷ ଟଙ୍କା ନଆଣିଲେ ଘରୁ ବାହାର କରିଦେବା ପାଇଁ ବାରମ୍ବାର ଧମକ ଦେଇଥିବା ନେଇ କମିଶନରେଟ ପୋଲିସ ଆଗରେ ସେ ଫେରାଦ ହୋଇଛନ୍ତି ।

ବଡ ଘର ବଡ ଗୁମର କଥା ।ଶ୍ୱଶୁର ଘରର ଅତ୍ୟାଚାର ସହି ନପାରି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ପଦାକୁ ଆସିଛି ବଳିୟାର ସିଂହ ପରିବାରର ଗୁମର । ପୁତୁରା ବୋହୁ ପୁର୍ବତନ ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ବୁଟୁ ବଳିୟାର ସିଂହଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଅନୁସାରେ, ଦୀର୍ଘ ୨ ବର୍ଷ ଧରି ବୋହୁକୁ ଶାରିରୀକ ନିର୍ଯ୍ୟାତନା ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ଯୈ÷ାତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନ ଆଣିଲେ ଘରୁ ବାହାର କରିବାର ଧମକ ବି ମିଳିଥିଲା । ବୋହୁ ପେଟରେ ବଢୁଥିବା ପିଲାକୁ ନଷ୍ଟ କରି ଦେବା ଭଳି ହିନ କାମ ବି ପରିବାର ପଛାଇ ନଥିବା କହିଛନ୍ତି ପୀଡିତା ।

ବୈ÷ଦିକ ରିତିନିତି ଅନୁସାରେ ଏପ୍ରିଲ ୨୦୧୬ରେ ମେଣ୍ଡାଳଶାଳର ସମ୍ବିତ ବଳିୟାରସିଂହଙ୍କୁ ବିବାହ କରିଥିଲେ ସାଲେପୁରର ତିଲକଣା ଗାଁର ଏହି ମହିଳା । ହେଲେ ୨ ବର୍ଷ ଧରି ଏକାକି ହୋଇ ପଡିଥିଲେ ଏହି ମହିଳା ଜଣକ । ଘରର ଶ୍ୱଶୁର, ଶାଶୁ, ଦାଦାଶ୍ୱଶୁର, ଖୁଡି ଶାଶୁ ଓ ସ୍ୱାମୀ ମିଶି ଘରୁ ବାହାର କରି ଦେଇଥିବା ଅଭିଯୋଗ ଆସିଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ।