ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ : ଆକାଶମାର୍ଗରୁ ଅନୁଧ୍ୟାନ କରିବେ ୫ଜିଲ୍ଲାର ବନ୍ୟାସ୍ଥିତି

138

କନକ ବ୍ୟୁରୋ : ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ୫ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ । ଅପରାହ୍ଣ ସାଢେ ୩ଟାରେ ୫ଟି ଜିଲ୍ଲାର ସ୍ଥିତି ଦେଖିବେ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ଫାଇଭ-ଟି ସଚିବ ।

ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଢେଉ ଖେଳୁଛି । ଯୁଆଡ଼େ ଚାହିଁଲେ କେବଳ ପାଣି ଆଉ ପାଣି । ଜମି ଓ ରାସ୍ତା ଏକାକାର ହୋଇଯାଇଛି । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ।

ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ, ଆଜିଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ ।