ସିଭିଲ ସର୍ଭିସ ପରୀକ୍ଷା ଫଳ ଘୋଷଣା । ୮୬ ତମ ସ୍ଥାନରେ ଓଡିଶାର ଗୌରବ ଅଗ୍ରୱାଲ ।

652

କନକ ବ୍ୟୁରୋ : ସିଭିଲ ସର୍ଭିସ ପରୀକ୍ଷାର ଫଳ ଘୋଷଣା ହୋଇଛି । ୮୬ ତମ ସ୍ଥାନରେ ଓଡିଶାର ଗୌରବ ଅଗ୍ରୱାଲ ରହିଛନ୍ତି । ତାଙ୍କର ଇଚ୍ଛା ରହିଛି ସେ ଭାରତୀୟ ବିଦେଶ ସେବା (ଆଇଏଫଏସ)ରେ ଯୋଗଦାନ କରିବେ । କଲେଜବେଳ ତାଙ୍କୁ ଅନ୍ତର୍ଜାତୀୟ ପ୍ରସଙ୍ଗରେ ରୁଚି ଥିବାରୁ ସେଏଥିରେ ଯୋଗଦେବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ଆଇନରେ ସ୍ନାତକ କରିବା ପରେ ସେ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ୟୁପିଏସସିରେ ମଧ୍ୟ ସେ ଆଇନକୁ ଇଚ୍ଛାଧିନ ବିଷୟ ରଖି ପରୀକ୍ଷା ଦେଇଥିଲେ ।

ଦ୍ୱିତୀୟ ଥର ପାଇଁ ସେ ଏହି ପରୀକ୍ଷା ଦେଇ ସଫଳତା ପାଇଛନ୍ତି । ମେନ୍ସ ପରୀକ୍ଷା ପରେ ସେ ସାକ୍ଷାତକାରପାଇଁ ଯାଇଥିଲେ । ତେବେ ତାକୁ ନେଇ ସେ ଟିକେ ଚିନ୍ତାରେ ଥିଲେ । ତେବେ ଶେଷରେ ଫଳ ଆସିଥିଲା ଏବଂ ତାଙ୍କୁ ସଫଳତା ମିଳିଥିଲା । କଲେଜ ପରେ ସେ ଯେତେବେଳେ ଚିନ୍ତା କଲେ ଯେ କଣ କରିବେ ତାଙ୍କ ପାଖରେ ଆଇନଜୀବୀ ପେସା କରିବାର ସୁଯୋଗ ଥିବା ବିଭିନ୍ନ କର୍ପୋରେଟ ସେକ୍ଟରୁ ମଧ୍ୟ ତାଙ୍କ ପାଖକୁ ଅଫର ଆସିଥିଲା । ତେବେ ସେ ସବୁକୁ ଛାଡି ସେ ସିଭିଲ ସର୍ଭିସ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ ।

ସୁନ୍ଦରଗଡର ଗୌରବ କୌଣସି କୋଚିଂ ନନେଇ ଅନଲାଇନ କ୍ଲାସ କରି ସଫଳତା ପାଇଛନ୍ତି । ଘରେ ରହି ଅନଲାଇନରେ ଲଗାତର କ୍ଲାସ କରି ସେ ଏହି ସଫଳତା ହାସଲ କରିପାରିଛନ୍ତି । ନିଜର ସଫଳତା ପାଇଁ ସେ କହିଛନ୍ତି ଆମେ ଅନ୍ୟ ଅପେକ୍ଷା ନିଜକୁ କେମିତି ହରାଇବା ସେଟାକୁ ଧ୍ୟାନ ଦେବାକୁ ପଡିବ । ଆମକୁ ସବୁକାମକୁ ସଠିକ ଭାବରେ କରି ଆମ ପ୍ରସ୍ତୁତିକୁ ଦୃଢ କରିବା ଦରକାର ସଫଳତା ଆପେ ମିଳିବ । ଯଦି ଆଜି ମୁଁ କୌଣସି ଭୁଲ କରୁଛି ମୋର ନିହାତ ଆଗାମୀ କାଲି ଉଦ୍ୟମ ରହିବ ମୁଁ ସେ ଭୁଲ ଆଉ ଆସନ୍ତାକାଲି କରିବି ନାହିଁ । ଗୌରବ କହିଛନ୍ତି, ଜୀବନରେ ସବୁବେଳେ ଖରାପ ସମୟ ଆସିବ । କିନ୍ତୁ ଆମେ ଧୌର୍ଯ୍ୟ ଧରି କାମ କରିବା ପରେ ଆମକୁ ସଫଳତା ମିଳିବ ।