ସିଭିଲ ସର୍ଭିସ ପରୀକ୍ଷା: ୬୩ ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ । ପରିବେଶ ପାଇଁ କାମ କରିବାର ଇଚ୍ଛା ରହିଛି । 

242

କନକ ବ୍ୟୁରୋ : ସିଭିଲ ସର୍ଭିସ ପରୀକ୍ଷାରେ ୬୩ ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ ରହିଛନ୍ତି । ଦିଲ୍ଲୀରେ ସେ ନିଜର ପ୍ରସ୍ତୁତି କରିବା ସହ ଏହି ସଫଳତା ପାଇଛନ୍ତି । କୋଭିଡ ସମୟରେ ପ୍ରସ୍ତୁତି କରିବାବେଳେ ଅନେକ କଷ୍ଟର ସାମ୍ନା କରିଥିଲେ କାର୍ତ୍ତିକ । ମେନ୍ସ ପରୀକ୍ଷା ପରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହା ପରେ ସେ ସାକ୍ଷାତାକାରକୁ ନେଇ ଚିନ୍ତାରେ ଥିଲେ । ତେବେ ପରେ ନିଜର ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି ।

ଏହି ପରୀକ୍ଷା ପାଇଁ ସେ ନିଜକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ । କରୋନାର ଭୟାବହତା ଭିତରେ ଗୋଟିଏ  ଲକ୍ଷ୍ୟ ଆଗରେ ଥିଲା କେଉଁଭଳି ମୁଁ ଏହି ପରୀକ୍ଷାରେ ସଫଳତା ପାଇବି । ଆଉ ଏହି ପ୍ରେରଣା ମୋତେ ସଫଳ କରିଥିବା କାର୍ତ୍ତିକ କହିଛନ୍ତି । ପରୀକ୍ଷା ପ୍ରସ୍ତୁତି ପାଇଁ କୌଣସି ସ୍ପେଶାଲ ଜାଗାର ଆବଶ୍ୟକତା ନଥାଏ । ଆମେ ନିଜେ ସ୍ପେଶାଲ ତେଣୁ ଆମେ ଯେଉଁଠି ରହିବି ନିଜକୁ ପ୍ରସ୍ତୁତି କରିପାରିବା । ଭବିଷ୍ୟତରେ ସେ ଆଇଏଏସ ହେବା ସହ ପରିବେଶ କ୍ଷେତ୍ରରେ କାମ କରିବା ପାଇଁ ଇଚ୍ଛା ରଖିଥିବା ସ୍ପଷ୍ଟ କରିଛନ୍ତି ।