କାଲିଠୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ପ୍ରତି ସୋମବାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

61

କନକବ୍ୟୁରୋ: ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଟରେ କରିବେ ଶୁଣାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେ ନେଇ ସ୍ଥିତି ପରଖିଥିଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍ ବ୍ୟବସ୍ଥା ର ବ୍ୟବସ୍ଥା ମଧ୍ୟ କରଯାଇଛି । ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ, ସେନେଇ ଅଧିକାରୀଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ ।

ପାନିୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ । ୨ ଦିନରେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି ସଚିବ । ଖୁବ ଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କାଲିଠୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଅଭିଯୋଗ ପ୍ରକୋଷ୍ଠ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବୁଲି ତଦାରଖ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । ପ୍ରତି ସୋମବାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ପଞ୍ଜୀକରଣ କରିବେ ଲୋକେ ।