ଚନ୍ଦ୍ରରୁ ମିଳିବ କଣ ? ଉପଲବ୍ଧ ଅଛି ହିଲିୟମ୍ -୩ ଗ୍ୟାସ୍; ଉତ୍ତମ ଓ ନିର୍ମଳ ଶକ୍ତି ଉତ୍ସ ଭାବେ ହୋଇପାରିବ ବ୍ୟବହାର

612

କନକ ବ୍ୟୁରୋ : ଚନ୍ଦ୍ରରେ ବହୁ ପରିମାଣରେ ଉପଲବ୍ଧ ଅଛି ହିଲିୟମ-୩ ଗ୍ୟାସ୍ । ଏହି ଗ୍ୟାସ ଏକ ଉତ୍ତମ ଓ ନିର୍ମଳ ଶକ୍ତି ଉତ୍ସ ଭାବେ ବ୍ୟବହାର ହୋଇପାରିବ । ହିଲିୟମ-୩ ଗ୍ୟାସ ପୃଥିବୀରେ ବିରଳ କିନ୍ତୁ ଚନ୍ଦ୍ରରେ ପ୍ରଚୁର ପରିମାଣରେ ଅଛି । ପୃଥିବୀରେ ଉପଲବ୍ଧ ପ୍ରାକୃତିକ ଗ୍ୟାସରେ ଅଳ୍ପ ପରିମାଣରେ ହିଲିୟମ-୩ ମିଳେ । ଉଚ୍ଚ କ୍ଷମତା ସଂପନ୍ନ ଏସ, ରେଫ୍ରିଜେରେଟର ନିର୍ମାଣରେ ବ୍ୟବହାର ହୁଏ । ପଦାର୍ଥ ବିଜ୍ଞାନର ଅନେକ ଗୁଡିଏ ଲାବୋରେଟୋରୀ ତିଆରି ହୋଇପାରିବ ।

କୌଣସି ବସ୍ତୁର ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟବହାର ହୁଏ ହିଲିୟମ-୩ । ଚିକିତ୍ସା ବିଜ୍ଞାନ ପାଇଁ ବରଦାନ ପାଲଟିବ ହିଲିୟମ-୩ ଗ୍ୟାସର ବ୍ୟବହାର । ଶ୍ୱାସ ଜନିତ ରୋଗ ଓ କ୍ୟାନସର ନୀରୁପଣ ଓ ନିଦାନ ପାଇଁ ବ୍ୟବହାର ହେବ । ଭାରତର ଚନ୍ଦ୍ର ଅଭିଯାନ ସଫଳ ହେଲେ ବିରାଟ ଶକ୍ତି ଉତ୍ସ ମିଳିଯିବ । ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିବାରୁ ଏ ଦିଗରେ ଅଧିକ ଅନୁସନ୍ଧାନ ହେବ । ଚନ୍ଦ୍ର ପୃଷ୍ଠରେ ଥିବା ଜଳ ଉତ୍ସ ପୃଥିବୀର ଜଳ ଆବଶ୍ୟକତାକୁ ପୂରଣ କରିିବ ।