ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ

438

କନକ ବ୍ୟୁରୋ : ଭିସୁଟକୁ ବାଇକ୍ ମନା । ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଅର୍ଥାତ ସାଇକେଲରେ ଆସିବେ । ଖାଲି ଏତିକି ନୁହେଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ ନାହିଁ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଯେଉଁଥିରେ କୁହାଯାଇଛି ନିୟମ ନମାନିଲେ ଦଣ୍ଡିତ ହେବେ । ଏଭଳି ବିଜ୍ଞପ୍ତି ଜାରି କରି ଦୁର୍ଘଟଣା ରୋକିବାକୁ ପ୍ରୟାସ ହୋଇଛି ବୋଲି କୁହାଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏ ବାବଦରେ ଅବଗତ କରାଯିବ । ଯେଉଁମାନଙ୍କ ପାଖରେ ବାଇକ କିମ୍ବା କାର ଥିବ ତାହା ପ୍ରତ୍ୟାହାର କରାଯିବ ବୋଲି କୁଳପତି କହିଛନ୍ତି ।