ଆଦାନୀ ବିବାଦ : ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

172

କନକ ବ୍ୟୁରୋ : ସଂସଦରେ ଚାଲିଥିବା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ । ଏହି କ୍ରମରେ ଆଜି ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ବାବଦରେ କହିବାକୁ ଯାଇ ଦେଶରେ ବଢୁଥିବା ଦରବୃଦ୍ଧି, ବେରୋଜଗାରୀ, ଅଗ୍ନିବୀର ଯୋଜନା ଓ ଆଦାନୀ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଥିଲେ କି ଭାରତ ଯୋଡ ଯାତ୍ରା କ୍ରମରେ ତାଙ୍କୁ ସେନାର କିଛି ଅଧିକାରୀ ଓ ପୂର୍ବ ସେନା ଅଧିକାରୀମାନେ ସୂଚନା ଦେଇଛନ୍ତି କି, ଅଗ୍ନିବୀର ସେନାର ଯୋଜନା ନୁହେଁ ବରଂ ଏହା ସେନା ଉପରେ ଜୋର ଜବରଦସ୍ତ ଲଦି ଦିଆଯାଇଛି । ଏହାକୁ ଅଜିତ ଡୋଭାଲ କାର୍ଯ୍ୟକାରୀ କରିଛନ୍ତି ଓ ଏହା ଆରଏସଏସର ଆଇଡିଆ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

କେବଳ ସେତିକି ନୁହେଁ କିଛିଦିନ ଧରି ଲାଗିରହିଥିବା ଆଦାନୀ ବିବାଦକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ରାହୁଲ । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବିଦେଶ ଗ୍ରସ୍ତ ଦେଶର ବିକାଶ ପାଇଁ ନୁହେଁ ବରଂ ଆଦାନୀ ଗ୍ରୁପର ବିକାଶ ପାଇଁ ହେଉଛି । ଏନେଇ ସେ ସରକାରଙ୍କୁ ପ୍ରଶ୍ନ ଛଳରେ ପଚାରିଛନ୍ତି କି, ବିଶ୍ୱ ଧନୀ ତାଲିକାରେ ଆଦାନୀ ୨୦୧୪ ମସିହାରେ ୬୦୯ ନମ୍ବର ସ୍ଥାନରେ ଥିବା ବେଳେ ଏତେଶୀଘ୍ର ସେ କିଭଳି ୨ନମ୍ବର ସ୍ଥାନକୁ ଆସିଲେ ? ଏନେଇ ସେ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଣ ସଂପର୍କ ରହିଛି ବୋଲି କଟାକ୍ଷ କରିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ୪ଟି ପ୍ରଶ୍ନ କରିଛନ୍ତି । ପ୍ରଥମ ପ୍ରଶ୍ନରେ ସେ ପଚାରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ମିଳିତ ଭାବେ କେତେଥର ବିଦେଶ ଗସ୍ତ କରିଛନ୍ତି । ଦ୍ୱିତୀୟ ପ୍ରଶ୍ନ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବା ବେଳେ ଗୌତମ ଆଦାନୀ ତାଙ୍କୁ କେତେଥର ଭେଟିବାକୁ ଯାଇଛନ୍ତି । ତୃତୀୟ ପ୍ରଶ୍ନ ଭାବେ ସେ ପଚାରିଛନ୍ତି କି, ପ୍ରଧାନମନ୍ତ୍ରୀ ଗୋଟିଏ ଦେଶ ଗସ୍ତକରି ଫେରିବା ପରେ ଗୌତମ ଆଦାନୀ ତୁରନ୍ତ ସେହି ଦେଶକୁ କାହିଁକି ଗସ୍ତ କରୁଥିଲେ । ପ୍ରଧାନମନ୍ତ୍ରୀ ଯେଉଁଦେଶ ଗସ୍ତ କରି ଫେରୁଥିଲେ ତା ପରେ କିଭଳି ଭାବେ ଆଦାନୀ ଗ୍ରୁପ ସେହି ଦେଶରେ ନିଜର ବ୍ୟବସାୟ ଆରମ୍ଭ କରୁଥିଲେ ।