ଏହି ଦେଶ ଲାଗୁକଲା ନୂଆ ନିୟମ, ଏଣିକି ସପ୍ତାହକୁ ଗୋଟିଏ ଦିନ ନୁହେଁ ବରଂ ୩ ଦିନ ମିଳିବ ଛୁଟି

265

କନକ ବ୍ୟୁରୋ : ଅନେକ ଦେଶ ଏବେ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ନେଇ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଏବେ ବ୍ରିଟେନ ସବୁଠାରୁ ଆଗରେ ରହିଛି । ବ୍ରିଟେନ ସରକାରଙ୍କ ସୂଚନା ମୁତାବକ ଏବେ କର୍ମଚାରୀମାନଙ୍କୁ ସପ୍ତାହକୁ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବାକୁ ପଡିବ । ଏହା ଜୁନମାସ ପହିଲାରୁ ଲାଗୁ ହେବାକୁ ଯାଉଥିବା ବେଳେ ଏହି ନିୟମ ପ୍ରଥମେ ୬୦ ଟି କମ୍ପାନୀ ଆରମ୍ଭ କରିବେ ବୋଲି ଜଣାପଡିଛି । ଏନେଇ ୬ ମାସ ଟ୍ରାଏଲ କରାଯିବ । ଏଥିରେ କର୍ମଚାରୀଙ୍କୁ ୪ ଦିନ ମଧ୍ୟରେ ସର୍ବାଧିକ ୩୨ ଘଂଟା କାମ କରିବାକୁ ପଡିବ ଓ ବାକି ୩ ଦିନ ସେମାନଙ୍କୁ ଛୁଟି ମିଳିବ ।

ଏହି ପରୀକ୍ଷଣରେ ୬୦ ଟି କମ୍ପାନୀର ୩୦୦୦ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସେପଟେ ଏଭଳି ନିୟମ ଲାଗୁ ହେବା ପରେ ବି କର୍ମଚାରୀଙ୍କ ଦରମାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ଏନେଇ ଶ୍ରମିକ ଅର୍ଥନୈତିଜ୍ଞ ଜୋନାଥନ ବାୟଁସ କହିଛନ୍ତି କି ଏଭଳି ପରିବର୍ତ୍ତନ ପରେ ସବୁଠାରୁ କଠିନ ହେବ କି କିଭଳି ଉତ୍ପାଦନକୁ ମପାଯିବ । ଅର୍ଥାତ କର୍ମଚାରୀମାନେ ୬ ଦିନର କାମକୁ ୪ ଦିନ ଓ କମ୍ ସମୟମାନେ କିଭଳି ଉତ୍ପାଦନ କରିବେ । ଯଦି କମ୍ପାନୀକୁ ସଠିକ୍ ପରିମାଣର ଉତ୍ପାଦନ ନମିଳେ ତେବେ ଏହି ଆଇନ ଲାଗୁ କରିବା କଷ୍ଟକର ହୋଇପଡିବ ।

କହିରଖୁ କି ଜାପାନ ସରକାର ପ୍ରଥମେ ଏହି ନିୟମ ଲାଗୁ କରିଥିଲେ । ସେ କହିଥିଲେ କି ଶ୍ରମିକଙ୍କ କାର୍ଯ୍ୟ ଓ ଜୀବନ ଶୈଳୀରେ ସନ୍ତୁଳନ ଆଣିବାକୁ ସେମାନଙ୍କୁ ସପ୍ତାହକୁ ଗୋଟିଏ ଦିନ ସ୍ଥାନରେ ଅଧିକ ଦିନ ଛୁଟି ମିଳିବା ଆବଶ୍ୟକ । ଏନେଇ ପାନାସୋନିକ କମ୍ପାନୀ ତାର କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିସାରିଛି ।