ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । ବ୍ରେକ୍ ଫେଲ ହେବାରୁ ୪ କାରକୁ ଦଳିଦେଇଗଲା ଟ୍ରକ୍, ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ

1,040

କନକ ବ୍ୟୁରୋ: ହିମାଚଳପ୍ରଦେଶ ସିମଲାରୁ ଆସିଛି ଛାତଥରା ଦୃଶ୍ୟ । ଯେଉଁଠି ଏକ ସେଓ ଲୋଡ୍ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ କାରକୁ ଦଳିଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ୱାମୀ , ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।

ଟ୍ରକର ବ୍ରେକ୍ ଫେଲ ହୋଇଯିବାରୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଟ୍ରକରେ ୬୦୦ରୁ ଅଧିକ ସେଓ ପେଟି ଲଦା ହୋଇଥିଲା । ହେଲେ ହଠାତ୍ ଟ୍ରକର ବ୍ରେକ୍ ଫେଲ ହୋଇଯାଇଥିଲା  । ଫଳରେ ରାସ୍ତା କଡରେ ଛିଡା ହୋଇଥିବା ୪ ଗାଡି ଉପରେ ଚଢିଯାଇଥିଲା ଟ୍ରକ୍ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।