ସିବିଆଇ କୋର୍ଟରେ ହାଜର ହେଲେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ: କୋର୍ଟ ରୁମରୁ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କଲେ ଟାର୍ଗେଟ 

1,482

କନକ ବ୍ୟୁରୋ: କିଛିଦିନ ବ୍ୟବଧାନ ପରେ ପୁଣି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ସିବିଆଇ କୋର୍ଟରେ ହାଜର ହେଲେ ଅର୍ଚ୍ଚନା । କୋର୍ଟରେ ହାଜର ହୋଇ ଦେଇଛନ୍ତି ବିସ୍ଫୋରକ ବୟାନ । କୋର୍ଟଙ୍କ ଆଗରେ ପ୍ରଶ୍ନ କରିଛନ୍ତି, ଆମେ ଜେଲ୍ ଭିତରେ । ହେଲେ ଆମ ନାଁରେ ଯିଏ ଅଭିଯୋଗ ଦେଇଥିଲା, ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ଯୁକ୍ତି କରିଛନ୍ତି ଅର୍ଚ୍ଚନା । କୋର୍ଟରୁମ ଅର୍ଚ୍ଚନାଙ୍କ ଯୁକ୍ତି

– ମାଇଁ ଲର୍ଡ, ଯିଏ ଅଭିଯୋଗ କରିଥିଲେ ସେ ବାହାରେ ବୁଲୁଛନ୍ତି । 

ଶ୍ରଦ୍ଧାଞ୍ଜଳି ଏବେ ବାହାରେ ବୁଲୁଛନ୍ତି । 

କିନ୍ତୁ ଆମେ ଭିତରେ ଅଛୁ.. 

ଏନେଇ କୌଣସି ନ୍ୟାୟିକ ବ୍ୟବସ୍ଥା ଅଛି କି?

ଅର୍ଚ୍ଚନାଙ୍କ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖି କୋର୍ଟ କହିଥିଲେ 

କୋର୍ଟ: ତାଙ୍କୁ ଅର୍ଡର କରାଯିବ ।